ଅସ୍ଥାର ପର୍ବ ଛଟ ପୂଜାର ଆଜି ତୃତୀୟ ଦିନ। ବିଭିନ୍ନ ନଦୀ ଏବଂ ଜଳାଶୟ ନିକଟରେ ଶ୍ରଦ୍ଧାଳୁ ମାନେ ରବିବାର ଦିନ ଅସ୍ତଗାମୀ ସୂର୍ଯ୍ୟ ଦେବଙ୍କୁ ପ୍ରଥମ ଅର୍ଘ୍ୟ ଦେଇଛନ୍ତି। ଆସନ୍ତା କାଲି ସକାଳେ ସୂର୍ଯ୍ୟ ଦେବଙ୍କୁ ଦୂତୀୟ ଅର୍ଘ୍ୟ ଅର୍ପଣ କରାଯିବ। ନିଜ ପରିବାରର ସୁଖ ଶାନ୍ତି କାମନା କରି ବ୍ରତଧାରୀ ମାନେ ନିଷ୍ଠାର ସହ ୪ ଦିନ ଛଟ ପର୍ବ ପାଳନ କରିଥାନ୍ତି।
ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ନଦୀ , ପୋଖରୀ କୁଳରେ ସୁର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଅର୍ପଣ କରାଯାଇଛି। ଜିଲ୍ଲାର ବିରମିତ୍ରପୁର ର ଲାକୋଠି ଠାରେ ବ୍ରତଧାରୀ ମାନେ ଛଟ ପର୍ବରେ ପୂଜାର୍ଚ୍ଚନା କରିଛନ୍ତି। ଶହଶହ ଶ୍ରଦ୍ଧାଳୁ ବିଭିନ୍ନ ପ୍ରକାରର ଫଳ ମୂଳ ନେଇ ସୂର୍ଯ୍ୟଦେଵ ଏବଂ ଛଟ ମାତାଙ୍କୁ ପୂଜାର୍ଚ୍ଚନା କରିଥିଲେ। ବିରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଛଟ ପୂଜାରେ ସାମିଲ ହୋଇଥିଲେ।