ଅନ୍ତର୍ଜାତୀୟ କିକ ବକ୍ସିଙ୍ଗ ରେ ଭାଗ ନେବେ ବନ୍ଧମୁଣ୍ଡାର ବିବେକ ଲୋହାର।। ଅର୍ଥ ସାଜିଛି ବାଧକ।। ସମାଜ ସେବୀ କ୍ରୀଷ୍ଣା ସାହୁ କଲେ ଆର୍ଥିକ ସାହାଯ୍ୟ।
ବିବେକ ଲୋହାର। ୨୨ ବର୍ଷୀୟ ଏହି ଯୁବକ ରହନ୍ତି ରାଉରକେଲା ନିକଟ ବନ୍ଧମୁଣ୍ଡା ରେ। ବିବେକ ଏବେ ରାଉରକେଲା ଲାଗି ଗର୍ବ ଆଣି ଦେଇଛନ୍ତି। ଆସନ୍ତା ନଭେମ୍ବର ୨ ତାରିଖରୁ ୬ ତାରିଖ ମଧ୍ୟରେ ଦିଲ୍ଲୀରେ ହେବାକୁ ଥିବା ଅନ୍ତର୍ଜାତୀୟ କିକ ବକ୍ସିଙ୍ଗ ଚମ୍ପିୟନଶିପ ସେ ଭାଗ ନେବାକୁ ସିଲେକ୍ଟ ହୋଇଛନ୍ତି। ବିବେକ ପୂର୍ବରୁ ତିନୋଟି ଜାତୀୟ କିକ ବକ୍ସିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ମେଡାଲ ପାଇଛନ୍ତି। ବନ୍ଧମୁଣ୍ଡା ଭଳି ଏକ ଛୋଟ ଜାଗାରୁ ସେ ଜାତୀୟ ସ୍ତରରେ ପହଞ୍ଚି ସହର ଲାଗି ଗର୍ବ ଆଣି ଦେଇଛନ୍ତି। ମାତ୍ର ଆଗକୁ ଯିବାରେ ଅର୍ଥ ସାଜିଛି ବାଧକ। ବିବେକ ଆର୍ଥିକ ରୂପେ ସ୍ଵଚ୍ଛଳ ନୁହନ୍ତି। ଦିଲ୍ଲୀ ଯିବାକୁ ତାଙ୍କୁ ସାହାଯ୍ୟ କରିବାକୁ ବହୁ ଲୋକ ଆଗେଇ ଆସିଛନ୍ତି। ଶନିବାର ଦିନ ରାଉରକେଲାର ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ସାହୁ ଦିଲ୍ଲୀ ଯିବା ଲାଗି ବିବେକଙ୍କୁ ୧୦ ହଜାର ଟଙ୍କା ସାହାଯ୍ୟ କରିଛନ୍ତି। ତାଙ୍କ ଉଦ୍ଦେଶ୍ୟ ହେଲା ଅର୍ଥ ଲାଗି ଯେପରି ଜଣେ କ୍ରୀଡ଼ାବିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରରୁ ବାଦ ନପଡନ୍ତୁ।