ରାଉରକେଲା : ଜାତୀୟ ଏକତା ଦିବସ ପାଳନ ପୂର୍ବରୁ ସିଆରପିଏଫ ର ସାଇକେଲ ରାଲି।। ରାଲି ରେ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେଲେ।

0 256

ଆସନ୍ତା ଅକ୍ଟୋବର ୩୧ ତାରିଖ କୁ ଦେଶରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ଏହି ଦିନ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ। ସ୍ୱାଧୀନ ସଂଗ୍ରାମରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଯୋଗଦାନ ଉଲ୍ଲେଖନୀୟ। ୨୦୧୪ ମସିହାରେ ଏହି ଦିନକୁ ଜାତୀୟ ଏକତା ଦିବସ ଭାବେ କେନ୍ଦ୍ର ସରକାର ଘୋଷଣା କରିଥିଲେ।
ଏହି ପରିପ୍ରେକ୍ଷୀରେ ଶନିବାର ଦିନ ରାଉରକେଲାରେ ସି ଆର ପି ଏଫ ୧୯ ବାଟାଲିଅନ ପକ୍ଷରୁ ଏକ ସାଇକେଲ ରାଲି ର ଆୟୋଜନ କରାଯାଇଥିଲା।
ସି ଆର ପି ଏଫ କ୍ୟାମ୍ପ ସମ୍ମୁଖରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ରାଲି ରେ ସିଆରପିଏଫ ଅଧିକାରୀ , ଜବାନ ଙ୍କ ସହ ସ୍କୁଲ ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ। ଆସନ୍ତା ୩୧ ତାରିଖ ଜାତୀୟ ଏକତା ଦିବସରେ ସି ଆର ପି ଏଫ ପକ୍ଷରୁ ଏକ ବାଇକ ରାଲି ର ଆୟୋଜନ କରାଯିବା ନେଇ ସୂଚନା ଦିଆଯାଇଛି।

Leave A Reply

Your email address will not be published.