ରାଉରକେଲା : ବିହାର ପ୍ରଦେଶର ମହାପର୍ବ ଛଟ ପୂଜାର ଆଜି ଦୂତୀୟ ଦିନ।। ପୂଜା ସାମଗ୍ରୀ କିଣିବାକୁ ବଜ଼ାରରେ ପ୍ରବଳ ଭିଡ।

0 301

ବିହାର ପ୍ରଦେଶର ମହାପର୍ବ ଛଟ ପୂଜା ଲାଗି ଚଳଚଞ୍ଚଳ ହୋଇ ଉଠିଛି ଇସ୍ପାତ ନଗରୀ ରାଉରକେଲା। ବିହାର ବ୍ୟତୀତ ଝାରଖଣ୍ଡ , ଉତ୍ତରପ୍ରଦେଶ ର ଲୋକମାନେ ମଧ୍ୟ ଛଟ ପର୍ବ ମନାଇ ଥାନ୍ତି। ଛଟପର୍ବ ଲାଗି ରାଉରକେଲାର ନଦୀ ଏବଂ ବିଭିନ୍ନ ଜଳାଶୟରେ ସଫେଇ କରାଯାଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବ୍ରାହ୍ମଣୀ ନଦୀ ଘାଟ , ବନ୍ଧମୁଣ୍ଡା , ଝିରିପାଣି , ଗୋପବନ୍ଧୁପାଲି , କୋଏଲନଗର , ରେଲୱେ କଲୋନୀ ଆଦି ସ୍ଥାନରେ ପ୍ରଶାସନ ଏବଂ ବିହାର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଛଟ ପୂଜାରେ ସୂର୍ଯ୍ୟ ଦେବତା ଏବଂ ତାଙ୍କ ଭଉଣୀ ଛଟ ମାତାଙ୍କୁ ପୂଜା କରାଯାଏ। ଏହି ପର୍ବ ଚାରିଦିନ ଧରି ପାଳନ କରାଯାଏ। ଛଟ ପର୍ବର ଆଜି ଦୂତୀୟ ଦିନ। ଆସନ୍ତାକାଲି ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯିବ। ସୋମବାର ଦିନ ସକାଳେ ଉଦୟଗାମୀ ସୂର୍ଯ୍ୟଙ୍କୁ ଦୂତୀୟ ଅର୍ଘ୍ୟ ଦିଆଯିବ। ନିଜ ପରିବାରର ସୁଖ ଶାନ୍ତି କାମନା କରି ଏହି ବ୍ରତ ପାଳନ କରା ଯାଇଥାଏ। ଛଟ ପର୍ବ ପାଳନ ଲାଗି ଆଜି ରାଉରକେଲା ବଜ଼ାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଡେଲି ମାର୍କେଟ ରେ ପୂଜା ସାମଗ୍ରୀ କିଣିବା ଲାଗି ବ୍ରତଧାରୀଙ୍କ ଭିଡ଼ ଥିବାରୁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ରାସ୍ତା କଡରେ ବିଭିନ୍ନ ପ୍ରକାର ଫଳ ମୂଳର ବଜ଼ାର ଖୋଲା ଯାଇଛି। ଦୁଇ ବର୍ଷ ପରେ କୋଭିଡ କଟକଣା ହଟି ଯାଇଥିବାରୁ ଛଟ ପର୍ବ ପାଳନ ଲାଗି ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଛି।

Leave A Reply

Your email address will not be published.