ରାଉରକେଲା : ମା କାଳୀଙ୍କୁ ମେଲାଣି ଦେଲେ ସହରବାସୀ।। ବାଲୁଘାଟ କୁତ୍ରିମ ପୋଖରୀରେ ୩୦ ରୁ ଉର୍ଦ୍ଧ୍ବ ପ୍ରତିମା ବିସର୍ଜନ।
କେନ୍ଦ୍ରୀୟ ପୂଜା କମିଟି ଆନୁକୂଲ୍ୟରେ ରାଉରକେଲାରେ କାଳୀ ପୂଜା ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାନପୋଷ ବାଲୁଘାଟ ସ୍ଥିତ ମେଳଣ ପଡ଼ିଆରେ ଶୁକ୍ରବାର ଦିନ ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡକ୍ତର ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ଏସପି ମୁକେଶ କୁମାର ଭାମୁ , ବଣିକ ସଙ୍ଘ ସଭାପତି ସୁବ୍ରତ ପଟନାୟକ ,
ଆର ଏମ୍ ସି ଡେପୁଟି କମିଶନର ସୁଧାଂଶୁ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମା କାଳୀଙ୍କ ବିସର୍ଜନ ଲାଗି କୁତ୍ରିମ ପୋଖରୀର ବ୍ୟବସ୍ଥା କରାଯାଇଥିଲା। ଇସ୍ପାତ ସହରାଞ୍ଚଳ , ସିଭିଲ ଟାଉନଶିପ , ସାରନଗରୀ ଅଞ୍ଚଳରୁ ମେଳଣ ପଡିଆ କୁ ଆସିଥିବା ମା କାଳୀଙ୍କ ପ୍ରତିମା କୁତ୍ରିମ ପୋଖରୀରେ ବିସର୍ଜନ କରାଯାଇଥିଲା। ବିସର୍ଜନ ଲାଗି କ୍ରେନ ର ସାହାଯ୍ୟ ନିଆଯାଇଥିଲା। ଶ୍ରଦ୍ଧାଳୁ ମାନେ ସମ୍ମାନ ର ସହ ମା ଙ୍କୁ ମେଲାଣି ଦେଇଥିଲେ।