ସୁନ୍ଦରଗଡ : ଜଙ୍ଗଲୀ ବାରହା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ।। ବନ ବିଭାଗ କର୍ମଚାରୀଙ୍କ ବାରହା ଗତିବିଧି ଉପରେ ସତର୍କ ଦୃଷ୍ଟି।

0 291

ଏକ ଜଙ୍ଗଲି ବାରହା ଆକ୍ରମଣ ରେ ଶନିବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ଘଟିଛି ଜିଲ୍ଲାର ବଡ଼ଗାଁ ଫରେଷ୍ଟ ରେଞ୍ଜର ଛାମୁଣ୍ଡା ଗାଁ ରେ। ମିଳିଥିବା ସୂଚନା ଅନୁଯାୟୀ ସକାଳେ ଛାମୁଣ୍ଡା ଗାଁ ର ବିଶେଶ୍ବର ନାଏକ ପାହାଡ ତଳ ନିଜ ବିଲ କୁ ଯାଇଥିବା ବେଳେ ସେ ଜଙ୍ଗଲି ବାରହା ଆକ୍ରମଣ ର ଶିକାର ହୋଇଥିଲେ। ଖବର ପାଇ ଗ୍ରାମବାସୀ ମାନେ ଏବାବଦରେ ପୋଲିସ ଏବଂ ବନ ବିଭାଗକୁ ସୂଚନା ଦେଇଥଲେ । ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ବିଶେଶ୍ୱରଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ବନ ବିଭାଗ ଅଧିକାରୀ ମାନେ ବାରହା ର ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର
ବାତାବରଣ ଦେଖାଦେଇଛି।

Leave A Reply

Your email address will not be published.