ରାଉରକେଲା : ମହିଳାଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା ମାମଲା।। ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ।। ଦଣ୍ଡାଦେଶ ଦେଲେ ରାଉରକେଲା ଏଡିଜେ ୧ କୋର୍ଟ।
ସୁନ୍ଦରଗଡ଼ ଜିଲ୍ଲା ଵିରମିତ୍ରପୁର ଥାନା ଅନ୍ତର୍ଗତ ରତାଖଣ୍ଡି ଗ୍ରାମରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣାରେ ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ମହିଳାଙ୍କୁ ଦୁଇବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ରାଉରକେଲା ଏଡିଜେ ୧ କୋର୍ଟ ଆଜି ଦଣ୍ଡବିଧାନ ଶୁଣାଣି କରିଛନ୍ତି। ୨୦୧୮ ମସିହା ମାର୍ଚ୍ଚ ଦୁଇ ତାରିଖ ହୋଲି ପର୍ବ ଦିନ ରାତି ୮ ଟା ସମୟରେ ୫୫ ବର୍ଷୀୟ ଯଶୋଦା ସିଂ ଙ୍କୁ ହତ୍ୟା କରାଯାଇଥିବା ଵିରମିତ୍ରପୁର ଥାନାରେ ଅଭିଯୋଗ ହୋଇଥିଲା। ତିନି ଜଣ ମହିଳାଙ୍କ ସହ ମୋଟ ୧୪ ଜଣ ଅଭିଯୁକ୍ତ ଖଣ୍ଡା, ବାଡି ପଥର ଓ ଇଟାରେ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୁକ୍ତ ମାନେ ୫୫ ବର୍ଷୀୟ ଯଶୋଦା ସିଂ ଙ୍କୁ ହତ୍ୟା କରିଵା ସହ ଯଶୋଦା ଙ୍କ ସ୍ଵାମୀ ଫଗୁ ସିଂ ଓ ପୁଅ କମଳେସ ସିଂଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ଵିରମିତ୍ରପୁର ଥାନାରେ ହୋଇଥିଲା। ସୁନ୍ଦରଗଡ଼ ପବ୍ଲିକ ପ୍ରସ୍ୟୁକୁଟର ଅବଦୁଲ ସମିମ ଅଖତର ଓ ରାଉରକେଲା ଅତିରିକ୍ତ ପବ୍ଲିକ ପ୍ରସ୍ୟୁକୁଟର ସ୍ଵରୁପ ରଞ୍ଜନ ରଥ ଏହି କେସ୍ ପରିଚାଳନା କରିଥିଲେ।