ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ଲଗାଇବା ଶେଷ ତାରିଖ ୩୧ ଅକ୍ଟୋବର।। ସ୍ଲଟ ବୁକିଙ୍ଗ ସ୍ଥିତିର ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।

0 761

ହାଇ ସିକ୍ୟୁରୀଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଲଗାଇବା ପାଇଁ ସମୟ ସୀମା ଅକ୍ଟୋବର ୩୧ ରହିଛି। ଯେଉଁ ଗାଡିର ନମ୍ବରର ଶେଷ ଅଙ୍କ ୧ ,୨ ,୩ , ୪ ଥିବ ସେମାନେ ୩୧ ତାରିଖ ସୁଧା
ଏଚ ଏସ ଆର ପି ଲଗାଇବା ନେଇ ରାଜ୍ୟ ପରିବହନ ବିଭାଗର ନିର୍ଦ୍ଧେଶ ଥିଲା। ତେବେ ସ୍ଲଟ ବୁକିଙ୍ଗ ଲାଗି ଭିତ୍ତିଭୂମିର କଣ ସ୍ଥିତି ରହିଛି ତାର ସତ୍ୟପାଠ ଦେବାକୁ ହାଇକୋର୍ଟ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ଯେଉଁମାନଙ୍କ ସ୍ଲଟ ବୁକିଙ୍ଗ ହୋଇଛି ସେମାନଙ୍କୁ ନମ୍ବର ପ୍ଲେଟ ମିଳିବା ତାରିଖ ବଢି ବଢି ଚାଲିଛି। ଏପରି ସ୍ଥିତି ଥିବା ବେଳେ ପରିବହନ ବିଭାଗ ବିନା ଭିତ୍ତିଭୂମିରେ ଡେଡ଼ ଲାଇନ ଦେବା ବିସ୍ମୟ ଜନକ।
ତେବେ ଏହି ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ନୂତନ ନିର୍ଦ୍ଦେଶ ନାମା ଦିଆଯାଇଛି। ରାଜ୍ୟର ‘ମୋ ସେବା କେନ୍ଦ୍ରରେ ମିଳିବ ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ବୁକିଙ୍ଗ ଲାଗି ସୁବିଧା। ଫଳରେ ଗାଡି ମାଲିକ ମାନେ ନିଜନିଜ ନିକଟସ୍ଥ ମୋ ସେବା କେନ୍ଦ୍ରକୁ ଯାଇ ସ୍ଲଟ ବୁକ କରି ପାରିବେ। ଏହା ଛଡା ଜିଲ୍ଲା ମାନଙ୍କରେ ଥିବା ସମସ୍ତ ପରିବହନ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ଖୋଲିବାକୁ ରାଜ୍ୟ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଆସନ୍ତା ୩୧ ଅକ୍ଟୋବର ପରେ ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ନଲଗାଇଥିଲେ ଜରିମାନା ପଡିବ କି ନାହିଁ ତାହା ସ୍ପଷ୍ଟ କରାଯାଇନାହିଁ ।

Leave A Reply

Your email address will not be published.