ରାଉରକେଲା : ପୁରୁଣା ବ୍ରାହ୍ମଣୀ ବ୍ରିଜର ମରାମତି କାମ ଦ୍ରୁତ ଗତିରେ ଚାଲିଛି। ନଭେମ୍ବର ଶେଷ ଶେଷ ସୁଦ୍ଧା ଯାନ ବାହାନ ଚାଲିବ।

0 339

ରାଉରକେଲା ର ଦୂତୀୟ ବ୍ରାହ୍ମଣୀ ସେତୁରେ ଯାନ ବାହାନ ଚଳପ୍ରଚଳ କରିବା ପରେ ପୁରୁଣା ବ୍ରାହ୍ମଣୀ ସେତୁର ମରାମତି କାମ ଆରମ୍ଭ ହୋଇଛି। ଏଥିଲାଗି ପୁରୁଣା ବ୍ରାହ୍ମଣୀ ବ୍ରିଜ କୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ଆସନ୍ତା ନଭେମ୍ବର ମାସ ଶେଷ ସୁଧା ମରାମତି କାମ ସମ୍ପୂର୍ଣ୍ଣ ହୋଇ ବ୍ରିଜ ରେ ଯାନ ବାହାନ ଚଳାଚଳ କରିବା ନେଇ ସୂଚନା ମିଳିଛି। ଏବେ ମରାମତି କାର୍ଯ୍ୟ ଜୋରସୋର ରେ ଚାଲିଛି। ବ୍ରିଜ ର ଏକ୍ସପାନସନ ଜଏଣ୍ଟ ଗୁଡିକରେ ଲୁହା ଏଙ୍ଗଲ ଦିଆଯାଇ ଢଳେଇ କାମ ଚାଲିଛି। ୧୯୫୬ ମସିହାରେ ନିର୍ମିତ ୪୩୫ ମିଟର ଲମ୍ବା ଏହି ବ୍ରିଜ ର ଚଉଡା ୭ ମିଟର ରୁ ଉର୍ଦ୍ଧ୍ବ ରହିଛି । ଏହାର ଅଧିଙ୍କାଶ ଜଏଣ୍ଟ ଜର୍ଜର ହୋଇ ପଡ଼ିଥିବାରୁ ବ୍ରିଜ ଟି ବିପଦପୂର୍ଣ୍ଣ ହେବା ସହ ସବୁବେଳେ ଟ୍ରାଫିକ ଜାମ ରହୁଥିଲା। ଏବେ ଉଭୟ ନୂତନ ଏବଂ ପୁରୁଣା ବ୍ରିଜ କାର୍ଯ୍ୟକ୍ଷମ ହେବା ପରେ ଟ୍ରାଫିକ ବ୍ୟବସ୍ଥା ସୁଧୁରିବାର ଆଶା ରହିଛି। ବ୍ରାହ୍ମଣୀ ସେତୁ ହେବା ଦିନରୁ ବ୍ରିଜ ରେ ଲାଇଟ ନଥିଲା। ପ୍ରଥମ ଥର ଲାଗି ପୁରୁଣା ବ୍ରାହ୍ମଣୀ ବ୍ରିଜରେ ରାଉରକେଲା ମହାନଗର ନିଗମ ପକ୍ଷରୁ ୩୨ ଟି ଲାଇଟ ପୋଷ୍ଟ ଲଗାଯାଉଛି। ନୂତନ ବ୍ରାହ୍ମଣୀ ବ୍ରିଜରେ ଏନ ଏଚ ଏ ଆଇ ପକ୍ଷରୁ ଲାଇଟ ଲଗାଯିବାର ଯୋଜନା କରାଯାଉଛି।

Leave A Reply

Your email address will not be published.