ରାଉରକେଲା : ସାଂସଦ , ଓ ଏସ ଡି ବିରସା ମୁଣ୍ଡା ଷ୍ଟାଡିଅମ ,ଏ ଡି ଏମ୍ ଙ୍କ , ଏୟାରପୋର୍ଟ, ଷ୍ଟାଡିଅମ କାର୍ଯ୍ୟର ସମୀକ୍ଷା।। କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ।

0 292

ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବା ହକି ବିଶ୍ୱକପ ଲାଗି ରାଉରକେଲା ରେ ଷ୍ଟାଡିଅମ ଏବଂ ଏୟାରପୋର୍ଟ ର କାମ ଦ୍ରୁତଗତିରେ ଚାଲିଛି। ବିପିୟୁଟି କ୍ୟାମ୍ପସ ନିର୍ମାଣ କରାଯାଉଥିବା ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମର କାମ ଖୁବଶୀଘ୍ର ସାରିବାକୁ ଉଦ୍ୟମ କରାଯାଉଛି। ଷ୍ଟାଡିଅମ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଜି ସମୀକ୍ଷା କରାଯାଇଛି। ସୁନ୍ଦରଗଡ ସାଂସଦ ଜୁଏଲ ଓରାମ , ହକି ବିଶ୍ୱକପ ଲାଗି ସରକାରଙ୍କ ତରଫରୁ ନିଯୁକ୍ତ ଓ ଏସ ଡି ଭୁପେନ୍ଦ୍ର ସିଂ ପୁନିଆ , ରାଉରକେଲା ଏ ଡି ଏମ୍ ଡକ୍ଟର ଶୁଭଙ୍କର ମହାପାତ୍ର ଆଜି ହକି ଷ୍ଟାଡିଅମ ବୁଲି ଦେଖିଥିଲେ। ବାକି ଥିବା କାମ ଶୀଘ୍ର ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା। ପରେ ସାଂସଦ ଏବଂ ଏଡିଏମ ରାଉରକେଲା ଏୟାରପୋର୍ଟର ସମ୍ପ୍ରସାରଣ କାମ ର ତଦାରଖ କରିବା ସହ ସମୀକ୍ଷା କରିଥିଲେ। ନିକଟରେ ଏହି ଏଆରପୋର୍ଟ କୁ ସମ୍ପ୍ରସାରଣ ଲାଗି ପରିବେଶ ମଞ୍ଜୁରୀ ମିଳିଛି। ତେବେ ହକି ବିଶ୍ୱକପ ପୂର୍ବରୁ କାମ ସାରିବାକୁ ଉଦ୍ୟମ ଜାରି ରହିଛି।

Leave A Reply

Your email address will not be published.