ସୁନ୍ଦରଗଡ଼ : ବଡ଼ଭାଇ ର ଟାଙ୍ଗିଆ ଚୋଟରେ ସାନଭାଇ ଏବଂ ତାଙ୍କ ପତ୍ନୀଙ୍କ ମୃତ୍ୟୁ।। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟା ହୋଇଥିବା ସୂଚନା।
ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ରେ ଡବଲ ମର୍ଡର ହୋଇଥିବା ସୂଚନା ମିଳିଛି। ଏକ ଅଭାବନୀୟ ଘଟଣାରେ ବଡଭାଇ ର ଟାଙ୍ଗିଆ ଚୋଟରେ ସନଭାଇ ଏବଂ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି।
ଜିଲ୍ଲାର ହେମଗିର ଥାନା ଅନ୍ତର୍ଗତ କିରିପଶିରା ଗ୍ରାମରେ ବୁଧବାର ଅପରାହ୍ନରେ ଏହି ହତ୍ୟାକାଣ୍ଡ ଘଟିଛି।ମିଳିଥିବା ସୂଚନା ଅନୁସାରେ ଆଜି ଦିନ ଗୋଟାଏ ସମୟରେ ବଡଭାଇ ତ୍ରିନାଥ ମାଝିଙ୍କ ସହ ସାନଭାଇ ଅଲେଖ ମାଝି ଓ ଅଲେଖଙ୍କ ପତ୍ନୀ କୁନ୍ତଳା ମାଝିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଜମିବାଡ଼ି ମାମଲା କୁ ନେଇ ଏହି ଝଗଡା ହୋଇଥିବା ଜଣାପଡିଛି। ଝଗଡା ଚାଲିଥିବା ବେଳେ ବଡ ଭାଇ ତ୍ରିନାଥ ହଠାତ ଟାଙ୍ଗିଆରେ ସନଭାଇ ଏବଂ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିଥିଲା। ଟାଙ୍ଗିଆ ଚୋଟରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା। ହେମଗିର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଅଭିଯୁକ୍ତ ତ୍ରିନାଥଙ୍କୁ ଗିରଫ କରିଛନ୍ତି।