ହକି ବିଶ୍ୱକପ ଲାଗି ସଜେଇ ହେଉଛି ରାଉରକେଲା।। ରାସ୍ତା କଡ଼ କାନ୍ଥର ଶୋଭା ବଢ଼ାଉଛି ଓଡ଼ିଶାର ବିଭିନ୍ନ କଳାକୃତି ପେଣ୍ଟିଙ୍ଗ।

0 334

ଆସନ୍ତା ଜାନୁୟାରୀ ମାସରେ ଭୁବନେଶ୍ୱର ସମେତ ରାଉରକେଲାରେ ହେବାକୁ ଯାଉଛି ହକି ବିଶ୍ୱ କପ। ରାଉରକେଲାର ନବନିର୍ମିତ ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମରେ ହକି ବିଶ୍ୱ କପର କେତେକ ମ୍ୟାଚ ଖେଳାଯିବ। ବିଶ୍ୱକପ ଲାଗି ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ବାହାର ଦେଶର ଲୋକମାନେ ମଧ୍ୟ ରାଉରକେଲା ଆସିବେ। ଏଥିଲାଗି ସଜେଇ ହେଉଛି ରାଉରକେଲା। ରାସ୍ତା ଘାଟର ନବୀକରଣ ହେବା ସହ କାନ୍ଥ ବାଡ଼ରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ପେଣ୍ଟିଙ୍ଗ କରାଯାଉଛି। ଓଡ଼ିଶାର କଳା ସଂସ୍କୃତି ଥିମ କୁ ନେଇ ଏହି ସବୁ ପେଣ୍ଟିଙ୍ଗ କରାଯାଉଛି। ଏବେ ହନୁମାନ ବାଟିକା ରାସ୍ତା କଡ କାନ୍ଥରେ ଚାଲିଛି ରଙ୍ଗ ବେରଙ୍ଗର କଳାକୃତି। ମାସକ ମଧ୍ୟରେ ସହରର ବିଭିନ୍ନ ମାର୍ଗରେ ଥିବା କାନ୍ଥ ଗୁଡିକରେ ଓଡ଼ିଶାର କଳାକୃତିର ସୁନ୍ଦର ପେଣ୍ଟିଙ୍ଗ ମାନ କରାଯିବ। ଭୁବନେଶ୍ୱର ଆର୍ଟ ସ୍କୁଲ ରୁ ପ୍ରଶିକ୍ଷଣ ନେଉଥିବା ଛାତ୍ର ମାନେ କଳାକୃତି ପେଣ୍ଟିଂ କାମରେ ନିୟୋଜିତ ହୋଇଛନ୍ତି।

Leave A Reply

Your email address will not be published.