ରାଉରକେଲା : ବିଭିନ୍ନ ପେଣ୍ଡାଲ ଏବଂ ମନ୍ଦିରରେ ମା କାଳୀଙ୍କ ପୂଜାର୍ଚ୍ଚନା ସମ୍ପନ୍ନ।। କେତେକ ସ୍ଥାନରେ ଛାଗଲ , କୁକୁଡ଼ା ବଳି ପ୍ରଥା କାୟମ।
ରାଉରକେଲା ରେ ସୋମବାର ମଧ୍ୟ ରାତ୍ରରେ ଶ୍ରୀ ଶ୍ରୀ ମହା କାଳୀପୂଜା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପେଣ୍ଡାଲ ତଥା ମନ୍ଦିରରେ ରୀତିନୀତି ଅନୁସାରେ ମା କାଳୀଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଛି । ଆଜି ସୂର୍ଯ୍ୟ ପରାଗ ଥିବାରୁ ସମସ୍ତ ମନ୍ଦିର ଏବଂ ପେଣ୍ଡାଲ ବନ୍ଦ ରହିଛି। ସହରରେ ୨୫ ରୁ ଉର୍ଦ୍ଧ୍ବ ପେଣ୍ଡାଲ ରେ କାଳୀପୂଜା ହୋଇଯାଇଛି। ଅଧିକାଂଶ ପେଣ୍ଡାଲ ରେ ବଳି ପ୍ରଥାକୁ ମାନି କୁଷ୍ମାଣ୍ଡ ବଳି ଦିଆଯାଇଥିବା ବେଳେ ଗୋଟିଏ ଦୁଇଟି ପେଣ୍ଡାଲ ରେ ଛେଳି , କୁକୁଡ଼ା ବଳି ଦିଆଯାଇଛି। ମାଲଗୋଦାମ ରେଳବାଇ ଗେଟ୍ ନିକଟରେ ଥିବା ପେଣ୍ଡାଲରେ ପୂଜାର୍ଚ୍ଚନା କରାଯିବା ସହ ପ୍ରଥା ଅନୁସାରେ ବଳି ଦିଆଯାଇଥିଲା। ଆଜି ସୂର୍ଯ୍ୟପରାଗ ଲାଗି ଦେବାଳୟ ବନ୍ଦ ଥିବାରୁ ଭକ୍ତ ମାନେ ମା ଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।