ସୁନ୍ଦର ଗଡ଼ ଜିଲ୍ଲା ଲହୁଣୀପଡା ଥାନା ର ଗଣିଘସା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାମାନ୍ୟ ଘଟଣା କୁ ନେଇ ପୁଅ ବାପାକୁ ପିଟି ପିଟି ହତ୍ୟା କରିଛି। ମିଳିଥିବା ସୂଚନା ଅନୁଯାୟୀ ପୁଅ ଆକାଶ ମୁଣ୍ଡା ଛେଳି ଚରାଇ ବାକୁ ଜଙ୍ଗଲ କୁ ଯାଇଥିଲା । ପରେ ଛେଳି ଧରି ଘରକୁ ଫେରିଥିବା ବେଳେ ଗୋଟିଏ ଛେଳି ହଜି ଯାଇଥିବା ଜଣା ପଡିଥିଲା। ଏହି ଘଟଣାକୁ କେନ୍ଦ୍ରକରି ବାପା ଭୁବନ ମୁଣ୍ଡା ଏବଂ ପୁଅ ଆକାଶଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଆକାଶ ଏକ ବାଡ଼ି ଆଣି ନିଜ ବାପାକୁ ବାରମ୍ବାର ଆଘାତ କରିଥିଲା। ଗୁରୁତର ଅବସ୍ଥାରେ ଭୁବନ ମୁଣ୍ଡାଙ୍କୁ ଲହୁଣୀପଡା ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୁବନଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିଲା। ପୋଲିସ ଅଭିଯୁକ୍ତ ପୁଅ ଆକାଶ ମୁଣ୍ଡା କୁ ଗିରଫ କରି ତଦନ୍ତ ଚଳାଇଛନ୍ତି।