ରାଉରକେଲା : ୫ ଜଣ ଡ଼କାୟତଙ୍କୁ ଗିରଫ କଲେ ପ୍ଲାଣ୍ଟସାଇଟ ପୋଲିସ।। ପିସ୍ତଲ,ଗୁଳି, ବମ୍ ଆଦି ଜବତ।। ଜଣେ ଧନୀ ବ୍ୟକ୍ତିଙ୍କ ଘରେ ଡକାୟତି ଯୋଜନା କରୁଥିଲେ।

0 423

ରାଉରକେଲା ସହରରେ ଜଣେ ଧନୀ ବ୍ୟବସାୟୀଙ୍କ ଘରେ ଡକାୟତି କରିବାର ଯୋଜନା ପଣ୍ଡ ହୋଇଯାଇଛି। ଗୋପବନ୍ଧୁପାଲି ଅଞ୍ଚଳରେ ୫ ଜଣ ଡ଼କାୟତ ଗତକାଲି ରାତିରେ ବିଭିନ୍ନ ମାରଣାସ୍ତ୍ର ସହ ଏହି ଡକାୟତି ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ପ୍ଲାଣ୍ଟସାଇଟ ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରି ଡ଼କାୟତ ମାନଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ଡକାୟତିରେ ବ୍ୟବହୃତ ହେବାକୁ ଥିବା ପିସ୍ତଲ , ଗୁଳି , ବମ୍ , ଛୁରୀ ଆଦି ପୋଲିସ ଜବତ କରିଛି । ଏହି ଡ଼କାୟତ ମାନଙ୍କ ପୂର୍ବ ଅପରାଧିକ ପୃଷ୍ଟଭୂମି ଉପରେ ତଦନ୍ତ ଚାଲିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.