ଦୀପାବଳୀ ଉତ୍ସବ ପାଳନ ବେଳେ କେତେକ ସ୍ଥାନରେ ବାଣ ଫୁଟି ଲୋକମାନେ ଆହତ ହୋଇଥିବା ସୂଚନା ଆସୁଛି। ବଣାଇ ଅଞ୍ଚଳରେ ବାଣ ଫୁଟାଉଥିବା ବେଳେ ଦୁଇଟି ପୃଥକ ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ବଣାଇଁ ଉପଖଣ୍ଡ ମହୁଲପଦା ଥାନାର ଧୋକାମୁଣ୍ଡା ଏବଂ ବଣାଇ ଅଞ୍ଚଳରେ ଦୁଇ ଜଣ ଯୁବକ ସମେତ ଜଣେ ମହିଳା ବାଣ ଫୁଟାଉ ଥିବା ବେଳେ ଆହତ ହୋଇଛନ୍ତି। ଧୋକାମୁଣ୍ଡା ଗ୍ରାମର କଳାକାର ନାଏକ ବମ ଫୁଟାଉଥିବା ବେଳେ ହଠାତ ହାତରେ ବାଣଟି ଫୁଟିଯାଇ ଥିଲା । ଫଳରେ କଳାକାର ନାଏକଙ୍କ ବାମ ହାତରେ ଗୁରୁତର ଆଘାତ ଲାଗିଥିଲା। ସେହିପରି ବଣାଇ ସହରରେ ମଧ୍ୟ ଜଣେ ଯୁବକ, ଏବଂ ଜଣେ ମହିଳା ଙ୍କ ହାତରେ ବାଣ ଫୁଟି ଯିବାରୁ ସେମାନେ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ଆହତ ମାନଙ୍କୁ ବଣାଇ ଡାକ୍ତର ଖାନା ଅଣା ଯାଇଥିଲା। ଆଘାତ ଗୁରୁତର ଥିବାରୁ ପରେ ଆହତ ଦୁଇ ଯୁବକଙ୍କୁ ଚିକିତ୍ସା ଲାଗି ରାଉରକେଲା ପଠାଯାଇଛି।