ରାଉରକେଲା : ଜନତା ନିବାସ ଗଳି ନିକଟରେ ଅଗ୍ନିକାଣ୍ଡ।। ଦୁଇଟି ଦମକଳ ନିଆଁ କୁ ଆୟତ୍ତ କଲେ।। ବର୍ଜ୍ୟବସ୍ତୁ ଗଦାରେ ଲାଗିଥିଲା ନିଆଁ।

0 204

ରାଉରକେଲା ଜନତା ନିବାସ ଗଳି ଶେଷରେ ଥିବା ଇଦଗା ମୈଦାନ ନିକଟରେ ସୋମବାର ପୂର୍ବାହ୍ନରେ ଏକ ଥରମାକୋଲ ଗଦାରେ ନିଆଁ ଲାଗି ଯାଇଥିଲା। ନିଆଁ ସହ ପ୍ରବଳ ଧୂଆଁ ବାହାରୁ ଥିବାରୁ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ। ମହତାବ ରୋଡ଼ କଡରେ ଏକ ବାଣ ବିକ୍ରି କେନ୍ଦ୍ର ଥିବାରୁ ଏହି ଅଗ୍ନିକାଣ୍ଡ ଚିନ୍ତା ଜନକ ହୋଇ ପଡିଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀର ଦୁଇଟି ଦମକଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଥରମାକୋଲ ଗଦାରେ କେହି ନିଆଁ ଲଗାଇ ଦେଇଥିବା ଆଲୋଚନା ହେଉଛି। ତେବେ ଲୋକଙ୍କ ଦାଇତ୍ୱହୀନତା ଯୋଗୁଁ ଅଗ୍ନିଶମ ବାହିନୀ ର ଅନାବଶ୍ୟକ ଭାବେ ସମୟ ନଷ୍ଟ ହେଉଥିବା କୁହାଯାଉଛି।

Leave A Reply

Your email address will not be published.