ରାଉରକେଲା : ଚାରିଜଣ ଲୁଟେରାଙ୍କୁ ଗିରଫ କଲେ ପ୍ଲାଣ୍ଟସାଇଟ ପୋଲିସ।। ଲକ୍ଷାଧିକ ଟଙ୍କାର ସୁନାଗହଣା , ନଗଦ ଟଙ୍କା , ସ୍କୁଟି ଜବତ।

0 300

ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ୨୦ ଗ୍ରାମ ଓଜନର ସୁନା ଗହଣା , ନଗଦ ୩ ହଜାର ୭୦୦ ଟଙ୍କା ଏବଂ ଗୋଟିଏ ସ୍କୁଟି ଜବତ କରିଛନ୍ତି। ଏହି ଚୋର ମାନେ ସେପ୍ଟେମ୍ବର ୧୨ ତାରିଖ ରାତିରେ ନୟାବଜାର ଅଞ୍ଚଳରେ ରହୁଥିବା ପୁଷ୍ପା ଗୁପ୍ତାଙ୍କ ଘର କବାଟ ଭାଙ୍ଗି ସୁନା ଗହଣା ଏବଂ ନଗଦ ଟଙ୍କା ଚୋରି କରି ନେଇଥିଲେ। ଏବାବଦରେ ପ୍ଲାଣ୍ଟସାଇଟ ଥାନାରେ ଏକ ମାମଲା ରଜ୍ଜୁ ହୋଇଥିଲା। ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗତ କାଲି ଏହି ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେମାନଙ୍କ ନିକଟରୁ ଚୋରି ଯାଇଥିବା ସାମଗ୍ରୀ ଜବତ କରାଯାଇଛି।

Leave A Reply

Your email address will not be published.