ରାଉରକେଲା ପାନପୋଷ ଛକ ନିକଟରେ ଥିବା ଏକ ରେଷ୍ଟୁରାଣ୍ଟ ରେ ଭିଷଣ ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟ ଛଅ ଜଣ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହୋଟେଲର ରୋଷେୟା ବୋଲି ଜଣା ପଡିଛି । ଘଟଣା ସ୍ଥଳରେ ଫାୟାର ଟିମ ଏବଂ ରଘୁନାଥପାଲି ଥାନା ପୋଲିସ ପହଞ୍ଚି ନିଆଁକୁ ଅୟତ୍ତ କରିଥିଲେ ତେବେ ସେତେ ବେଳକୁ ଦୋକାନର ସମସ୍ତ ଆସବାବପତ୍ର ଜଳି ଯାଇଥିବା ସହ ରୋଷେୟା ର ମୃତ୍ୟୁ ହୋଇ ଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ ଶନିବାର ଦିନ ପ୍ରାୟ ସାଢେ଼ ୧୧ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଓମ ସୁଇଟ୍ସ ନାମକ ଏହି ରେଷ୍ଟୁରାଣ୍ଟରେ ସତେବେଳେ ୭ ଜଣ କର୍ମଚାରୀ ଏବଂ କିଛି ଗ୍ରାହକ ଥିଲେ। ହଠାତ ରେଷ୍ଟୁରାଣ୍ଟ କିଚିନରେ ଏକ ଶବ୍ଦ ହେବା ସହ ନିଆଁ ଲାଗି ଯାଇଥିଲା। ସମ୍ଭବତଃ ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟିଘିବା ଜଣାପଡୁଛି। ନିଆଁକୁ ଦେଖି କର୍ମଚାରୀ ଏବଂ ଗ୍ରାହକ ମାନେ ଦୌଡ଼ି ପଳାଇ ଜୀବନ ବଞ୍ଚାଇ ଥିବା ବେଳେ ରୋଷେୟା ଜଣକ ଭିତରେ ଫସି ଯାଇଥିଲା। ଖବର ପାଇ ୩ ଟି ଫାୟାର ବ୍ରିଗେଡ଼ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ରଘୁନାଥପାଲି ଥାନା ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ପୋଲିସ ଏବଂ ଫାୟାର ଟିମ ଅଗ୍ନିକାଣ୍ଡର କାରଣ ଖୋଜିବା ସହ ଘଟଣାର ତଦନ୍ତ କରୁଛନ୍ତି