ସୁନ୍ଦରଗଡ : ଖଣି ସମ୍ପ୍ରସାରଣ ଲାଗି ଜମି ଅଧିଗ୍ରହଣକୁ ସ୍ଥାନୀୟ ଆଦିବାସୀଙ୍କ ବିରୋଧ।।। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।

0 467

“ଜୀବନ ଦେବୁ ପଛେ ଇଞ୍ଚେ ହେଲେ ଜମି ଦେବୁ ନାହିଁ।” ସୁନ୍ଦରଗଡ଼ ରାଜରାସ୍ତାରେ ଶୁକ୍ରବାର ଦିନ ଆଦିବାସୀଙ୍କ ଏପରି ରଣହୁଙ୍କାର ଦେଖିବାକୁ ମିଳିଥିଲା। ଡାଲମିଆ ଭାରତ ସିମେଣ୍ଟ ର ଚୂନ ପଥର ଖଣି ସମ୍ପ୍ରସାରଣ କୁ ବିରୋଧ କରି ଶହଶହ ସଂଖ୍ୟାରେ ଆଦିବାସୀ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୧୮ ତାରିଖ ରୁ ରାଜଗାଙ୍ଗପୁର କେଶରାମାଲ ରୁ ପଦଯାତ୍ରା ରେ ବାହାରି ଆଜି ସୁନ୍ଦରଗଡ଼ ରେ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜଗାଙ୍ଗପୁର ବ୍ଲକ ର କେଶ୍ରାମାଲ, ଝଗରପୁର, ଅଲଣ୍ଡା, କୁକୁଡ଼ା ଏବଂ କୂତ୍ରା ବ୍ଲକ ର ଖଟଙ୍ଗ ପଞ୍ଚାୟତ ର ୭୧୭ ଏକର ଜମି ଅଧିଗ୍ରହଣ କରିବ ଓଡିଶା ସିମେଣ୍ଟ ଲିମିଟେଡ଼। ଆରମ୍ଭରୁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସ୍ଥାନୀୟ ଆଦିବାସୀ ମାନେ ପ୍ରବଳ ବିରୋଧ କରି ଆସୁଛନ୍ତି। ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଦିବାସୀଙ୍କ ଏହି ଆନ୍ଦୋଳନ ରେ ସାମିଲ ହୋଇଛନ୍ତି ବିଶିଷ୍ଟ ଶ୍ରମିକ ନେତା ପ୍ରଫୁଲ୍ଲ ସାମନ୍ତରାୟ ଏବଂ ରାଜଗାଙ୍ଗପୁର ବିଧାୟକ ଡକ୍ଟର ରାଜନ ଏକ୍କା ।

Leave A Reply

Your email address will not be published.