ରାଉରକେଲା : ୬୩ ତମ ପୋଲିସ ସହୀଦ ସୃତି ଦିବସ ପାଳିତ।। ପଶ୍ଚିମାଞ୍ଚଳ ଡ଼ିଆଇଜି ନୀତି ଶେଖର ମୁଖ୍ୟ ଅତିଥି ଭାବେ ଯୋଗଦେଲେ।
ରାଉରକେଲା ପୋଲିସ ରିଜର୍ଭ ପଡ଼ିଆରେ ୬୩ ତମ ପୋଲିସ ସହୀଦ ସୃତି ଦିବସ ପାଳିତ ହୋଇଯାଇଛି। ଶୁକ୍ରବାର ଦିନ ରାଉରକେଲା ଏସ ପି ମୁକେଶ କୁମାର ଭାମୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡ଼ିଆଇଜି ନୀତି ଶେଖର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ସହୀଦ ହୋଇଥିବା ପୋଲିସ , ସୁରକ୍ଷା କର୍ମଚାରୀଙ୍କ ନାଁ ପଢିଥିଲେ। ପରେ ଉପସ୍ଥିତ ଅଧିକାରୀ ମାନେ ପୋଲିସ ସହୀଦ ସୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ସହୀଦଙ୍କ ସମ୍ମାନରେ ଆୟୋଜିତ ପ୍ୟାରେଡ଼ରେ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ। ସେହିପରି ସମ୍ବଲପୁର ଏବଂ ସୁନ୍ଦରଗଡରେ ମଧ୍ୟ ପୋଲିସ ସହୀଦ ସୃତି ଦିବସ ପାଳିତ ହୋଇଯାଇଛି। ସମ୍ବଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ଆଇ ଜି ଦୀପକ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୁନ୍ଦରଗଡରେ ଏସ ପି ସାଗରିକା ନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।