ଜାତୀୟ କ୍ରୀଡା ପ୍ରତିଯୋଗିତାରେ ବନ୍ଧମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ କବିତା ମାହାତୋଙ୍କ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ।
ମଧ୍ୟପ୍ରଦେଶ ଭୋପାଲ ଠାରେ ଆୟୋଜିତ କେନ୍ଦ୍ରୀୟ ବିଦ୍ୟାଳୟର ୫୧ ତମ ଜାତୀୟ କ୍ରୀଡା ପ୍ରତିଯୋଗୀତାରେ ରାଉରକେଲା ବିଶ୍ରାର ଝିଅ କବିତା ମାହାତୋ ବେଶ ସଫଳତା ହାସଲ କରିଛନ୍ତି। ବନ୍ଧମୁଣ୍ଡା କେନ୍ଦ୍ରିୟ ବିଦ୍ୟାଳୟର ଛାତ୍ରୀ କବିତା ଏହି କ୍ରୀଡା ପ୍ରତିଯୋଗିତାରେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୪୦୦ ଏବଂ ୬୦୦ ମିଟର ଦୌଡ଼ରେ ସେ ଏହି ପଦକ ହାସଲ କରି ରାଉରକେଲା ସହ ଓଡିଶା ଲାଗି ଗର୍ବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ଭୁବନେଶ୍ୱର ଜୋନର ୧୫ ଜଣ ପ୍ରତିଯୋଗୀ ସାମିଲ ହୋଇଥିଲେ। ଏହି ଜାତୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଆସିବା ପରେ ରାଉରକେଲାରେ କବିତାଙ୍କୁ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।