ରାଉରକେଲା : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମାଛ ବିକ୍ରେତାଙ୍କ ମୃତ୍ୟୁ।। ହନୁମାନ ବାଟିକା ଛକ ନିକଟରେ ଦୁର୍ଘଟଣା।

0 1,208

ରାଉରକେଲା ହନୁମାନ ବାଟିକା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମାଛ ବିକ୍ରେତାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ପୂର୍ବାହ୍ନରେ ଏହି ବ୍ୟକ୍ତି ଜଣକ ନିଜ ମୋପେଟ ରେ ମାଛ ନେଇ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଘଟଣା ସ୍ଥଳରେ ଉକ୍ତ ମାଛ ବିକ୍ରେତାଙ୍କ ମୃତ୍ୟୁ ହୋଇଯାଇଥିଲା। ରଘୁନାଥପାଲି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ପୋଷ୍ଟମର୍ଟମ ଲାଗି ପଠାଇଛନ୍ତି। ପଳାଇ ଯାଉଥିବା ଟ୍ରକ ଡ୍ରାଇଭର କୁ ପୋଲିସ କିଛି ଦୂରରେ ଧରିଥିବା ବେଳେ ଟ୍ରକ କୁ ଜବତ କରିଛନ୍ତି।

Leave A Reply

Your email address will not be published.