ହକି ଇଣ୍ଡିଆର ଏକ ଉଚ୍ଚ ପ୍ରତିନିଧି ଦଳ ରାଉରକେଲା ଗସ୍ତରେ ଆସି ୨୦୨୩ ହକି ବିଶ୍ୱକପର ସଫଳ ଆୟୋଜନ ସମ୍ପର୍କରେ ଜିଲ୍ଲା ହକି ଆସୋସିଏସନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ହକି ବିଶ୍ୱକପକୁ ସ୍ମରଣୀୟ ତଥା ଆକର୍ଷଣୀୟ କରିବା ଉପରେ ଏହି ପ୍ରତିନିଧି ଦଳ ବିଶେଷ ଗୁରୁତ୍ୱ ଦେଇଛନ୍ତି।
ଏହି ପ୍ରତିନିଧି ଦଳରେ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଭୋଳାନାଥ ସିଂହ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମାଣ୍ଡର ଆର.କେ. ଶ୍ରୀବାସ୍ତବ ଅଛନ୍ତି। ଏହି ଅବସରରେ ସେମାନଙ୍କୁ ଜିଲ୍ଲା ହକି ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି।