ବଣାଇ : ପୂର୍ବ ଶତ୍ରୁତା କୁ ନେଇ ଦୋକାନ ଏବଂ ସ୍କୁଟି ପୋଡି ଉଦ୍ୟମ।। ଅଭିଯୁକ୍ତ
ସି ଆର ପି ଏଫ ଯବାନ ଅଟକ।

0 371

ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଦୋକାନରେ ନିଆଁ ଲଗାଇବା ଏବଂ ସ୍କୁଟି ପୋଡି ଉଦ୍ୟମ କରିବା ଅଭିଯୋଗରେ ପୋଲିସ ଜଣେ ସି ଆର ପି ଏଫ ଯବାନ ଙ୍କୁ ଅଟକ ରଖିଛନ୍ତି। ଘଟଣା ଘଟିଛି ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ତଳିତା ଗ୍ରାମ ଛକ ନିକଟରେ ଥିବା ସୁନିତା ସେଠି ଙ୍କ ଦୋକାନ ରେ । ବୁଧବାର ବିଳମ୍ବିତ ରାତିରେ କନ୍ତସର ଗ୍ରାମର ଜଣେ ସି ଆର ପି ଏଫ ଜବାନ ପେଟ୍ରୋଲ ଢାଳି ଦୋକାନ ଏବଂ ସ୍କୁଟି କୁ ନିଆଁ ଲଗାଇବା କୁ ଉଦ୍ୟମ କରୁ ଥିବା ବେଳେ ଘର ଲୋକ ଉଠି ପଡ଼ିଥିଲେ। ପାଟି କରିବାରୁ ଗ୍ରାମ ର କିଛି ଲୋକ ଆସି ନିଆଁ କୁ ଲିଭାଇ ଥିବା ବେଳେ ପୋଲିସ କୁ ଖବର ଦେଇ ଥିଲେ। ପରେ ପୋଲିସ ପହଞ୍ଚି ଉକ୍ତ ଯୁବକଙ୍କୁ ଥାନାକୁ ନେଇ ପଚରା ଉଚୁରା କରୁଛନ୍ତି।

Leave A Reply

Your email address will not be published.