ନାବାଳିକା ଗଣ ଦୁଷ୍କର୍ମକାରୀ ଙ୍କୁ ୨୫ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ।ପିଡିତା ଙ୍କୁ ସାତ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ ।
ଗତ ୨୦୧୫ ମେ ମାସ ସନ୍ଧ୍ୟା ପାଖାପାଖି ସାଢ଼େ ୬ ଟା ସମୟରେ ଜନେକ ନାବାଳିକା ନିଜର ବନ୍ଧୁ ଙ୍କ ସହିତ ଗାଁ ବାହାରେ ବୁଲୁଥିବା ବେଳେ , ତିନି ଜଣ ଦୁର୍ବୁତ ଆସି ନାବାଳିକା ଙ୍କ ବନ୍ଧୁ ଙ୍କୁ କାବୁ କରି ନେଇ ଜଣେ ପରେ ଜଣେ ନାବାଳିକା କୁ ଗଣଦୁଷ୍କର୍ମ କରିଥିଲେ । ଏହି ମମଲା ରେ ପୋଲିସ ୩ଜଣ ଶିବୁ କୁମାର ଓରାମ , ଗଣେଶ ସାନ୍ଦିଲ , ଅଜିତ କୁମାର ପଣ୍ଡା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣା ର ସମସ୍ତ ସାକ୍ଷ ଙ୍କ ଜମାନବନ୍ଦୀ ଏବଂ ପ୍ରମାଣ ଆଧାର ରେ ଆଜି ଏହି ମାମଲା ର ଶୁଣାଣି କରି ୩ ଅଭିଯୁକ୍ତ ଙ୍କୁ ୨୫ ବର୍ଷ ଲେଖାଏଁ ସଶ୍ରମ କାରଦଣ୍ଡା ଦେଶ ସହ ୧୦ ହଜାର ଲେଖାଏଁ ଜୋରିମାନା । ଜୋରିମାନା ଅନାଦେୟ କ୍ଷେତ୍ର ରେ ଆହୁରି ୧ ବର୍ଷ ଜେଲଦଣ୍ଡା ଦେଶ ଦେବା ସହିତ ପିଡିତା ଙ୍କୁ ୭ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧି କରଣ କୁ ନିର୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ POCSO କୋର୍ଟ ।
ସେହିଭଳି ୨୦୧୪ ଅଗଷ୍ଟ ମାସ ଟାଙ୍ଗରପାଲି ଥାନା ଅଂଚଳ ରେ ଜଣେ ନାବାଳିକା କୁ ଦୁଷ୍କର୍ମ ମାମଲା ର ଶୁଣାଣି କରି ସୁନ୍ଦରଗଡ଼ pocso କୋର୍ଟ ଅଭିଯୁକ୍ତ କାହ୍ନୁ ବିନ୍ଧାଣି କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଆହୁରି ୧ ବର୍ଷ ଜେଲ ଦଣ୍ଡ ର ଦଣ୍ଡାଦେଶ ଶୁଣାଇବା ସହ ପିଡିତା ଙ୍କୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ପାଇଁ ଜିଲା ଆଇନ ସେବା ପ୍ରାଧିକରଣ କୁ ନିର୍ଦେଶ ଦେଇଛନ୍ତି ।