ମୁମ୍ବାଇ ରେ ସମୁଦ୍ର ଭିତରେ କ୍ରୁଜ ରେଭ ପାର୍ଟି ରେ ଡ୍ରଗ୍ସ କାରବାର ମାମଲାରେ ରାଉରକେଲା ର ଦୁଇଜଣ ଯୁବକଙ୍କୁ ଏନ ସି ବି ଗିରଫ କରିଛି । ଏହି ଦୁଇ ଯୁବକ ହେଲେ ଅଭିନ ଦିନାନାଥ ସାହୁ ଏବଂ ମନୀଷ ଉଦୟରାଜ୍ ଦାୟରା ।ଏହା ଛଡା ରାଉରକେଲା ଅନ୍ୟୁନ୍ୟ ଆଉ ଆଠ ଜଣ ଯୁବକ ଏନ ସି ବି ସ୍କାନର ରେ ଅଛନ୍ତି ।
ସେମାନଙ୍କୁ ବିନା ଅନୁମତିରେ ମୁମ୍ବାଇ ଛାଡି ଯିବାକୁ ଏନ ସି ବି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ଏହି ରେଭ ପାର୍ଟି ଘଟଣାରେ ରାଉରକେଲା ର ସଂଶ୍ଳିଷ୍ଟ ଅଧିକାଂଶ ଯୁବକ ସିଭିଲ ଟାଉନଶିପ ଅଞ୍ଚଳର ବୋଲି ଜଣା ପଡ଼ିଛି । ପୂର୍ବରୁ କ୍ରୁଜ ରେଭ ପାର୍ଟି ମାମଲାରେ ଶାହାରୁଖ ଖାନ ଙ୍କ ପୁଅ ଅର୍ଯ୍ୟନ ଖାନ ଙ୍କ ସମେତ ୧୨ ଜଣ ଗିରଫ ହୋଇଛନ୍ତି । ରେଭ ପାର୍ଟି ମାମଲାରେ ରାଉରକେଲା ର ଆଉ କିଛି ଯୁବକ ଗିରଫ ହେବାର ସମ୍ଭାବନା ରହିଛି । ରେଭ ପାର୍ଟି ମାମଲାର ରାଉରକେଲା ଲିଙ୍କ ସହରରେ ଚର୍ଚ୍ଚା ର ବିଷୟ ହୋଇଛି ।