ସୁନ୍ଦରଗଡ଼/ ( ସତ୍ୟା ନ୍ୟୁଜ ବ୍ୟୁରୋ ):
ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ହାତୀ ଆତଙ୍କ ବଢି ବଢି ଚାଲିଛି। ଗୋଟିଏ ଗାଁରେ ହିଁ ସପ୍ତାହ କ ମଧ୍ୟରେ ଦୁଇଟି ଜୀବନ ନେଲାଣି ଗୋଠ ଛଡ଼ା ଦନ୍ତା। ସପ୍ତାହ କ ପୂର୍ବରୁ ଜଣେ ବୃଦ୍ଧଙ୍କୁ ଦଳି ମାରିଦେଇଥିବା ବେଳେ ଆଜି ପୁଣି ଜଣେ ବୃଦ୍ଧା ଙ୍କୁ ମାରିବା ସହ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜର କୁଲବା ଗାଁରେ । ଗତ କିଛି ଦିନରୁ ଏକ ଗୋଠ ଛଡ଼ା ହାତୀ କୁଲବା ନିକଟସ୍ଥ ଜଙ୍ଗଲ ରେ ଘୁରି ବୁଲୁଛି । ଦିନରେ ଜଙ୍ଗଲରେ ରହୁଥିବା ବେଳେ ରାତିରେ ଗାଁ ମଧ୍ୟକୁ ପଶି ଆସୁଛି । ଗତ ରାତି ରେ ବନ ବିଭାଗ କର୍ମଚାରୀ ପେଟ୍ରୋଲିଁ କରି ଆଜି ଭୋର୍ ସମୟରେ ଫେରିଲା ପରେ ଏହି ଘଟଣା ଘଟିଛି। ବୃଦ୍ଧା ଏବଂ ଆହତ ବ୍ୟକ୍ତି ଜଣକ ସକାଳୁ ଘରୁ ବାହାରି ଯାଉଥିବା ବେଳେ ଦନ୍ତା ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା । ବନ ବିଭାଗ ପକ୍ଷରୁ ଦନ୍ତା ହାତୀକୁ ଘଉଡାଇବାକୁ ଉଦ୍ୟମ କରାଯାଉଛି।