ରାଉରକେଲା : ବିଶ୍ରା ଥାନା ଖୁଣ୍ଟଗାଁ ଡକାୟତି ଘଟଣାରେ ୬ ଜଣ ଡ଼କାୟତ ଗିରଫ।। ବାଇକ , ନଗଦ ଟଙ୍କା , ସୁନା ଗହଣା ଜବତ।

0 347

ନୂଆଗାଁ ବ୍ଲକ ଖୁଣ୍ଟଗାଁ ରେ ସେପ୍ଟେମ୍ବର ୨୫ ତାରିଖ ରାତିରେ ହୋଇଥିବା ବହୁ ଚର୍ଚ୍ଚିତ ଡକାୟତି ଘଟଣାରେ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ଛଅ ଜଣ ଡ଼କାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଶ୍ରା ଥାନା ଅଧୀନସ୍ଥ ଖୁଣ୍ଟଗାଁରେ ଅବସରପ୍ରାପ୍ତ ଆର୍‌ଏସ୍‌ପି କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଘରେ ୨୫ ସେପ୍ଟେମ୍ବରରେ ସଶସ୍ତ୍ର ଡକାୟତି ହୋଇଥିଲା। ଏହି ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲା ସେକ୍ଟର -୧୬ ତୁମକେଲା ବସ୍ତିର ସଞ୍ଜୟ ତାଣ୍ଡିଆ(୨୪), ତଳସରାର ଫାଲିନ୍ଦର ସିଂ(୩୪) ଓ ସାକିର ଖାନ(୪୦), ରଘୁନାଥପାଲିର ସାଲକୋ ହାଁସଦା(୨୮) ଓ ଶ୍ରୀକାନ୍ତ ବାରିକ(୪୩), କୁତ୍ରାର ବଳରାମ ହେସ୍(୨୪)। ସେମାନଙ୍କ ନିକଟରୁ ପୁଲିସ ତିନୋଟି ବାଇକ୍‌, ମୋବାଇଲ୍‌ ଫୋନ୍‌, ଗୋଟିଏ ସୁନା ଚେନ, ଟାଇଟାନ ଘଡ଼ି, ପାଞ୍ଚଟି ଲୁହା ରଡ୍‌, ଚାରିଟି ଭୁଜାଲି ଓ ଗୋଟିଏ ଚାପଡ଼ ଜବତ କରିଛି। ସୂଚନା ଅନୁସାରେ, ଉକ୍ତରାତିରେ ପୂର୍ଣ୍ଣଚନ୍ଦ୍ର ପରିବାର ଲୋକଙ୍କ ସହ ଘରେ ବସି ଟିଭି ଦେଖୁଥିଲେ। ସେହି ସମୟରେ କେହି ଜଣେ କବାଟ ବାଡ଼େଇଲେ। କବାଟ ଖୋଲିବା ମାତ୍ରେ ଦୁର୍ବୃତ୍ତମାନେ ଘରେ ପଶି ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ପରିବାର ସଦସ୍ୟଙ୍କୁ ଡ଼ରାଇ ଧମକାଇ ବନ୍ଧକ ରଖି ଆଲମିରାରୁ ନଗଦ ଟଙ୍କା ଏବଂ ବହୁ ସୁନା ଗହଣା ଲୁଟି ନେଇ ପଳାଇ ଯାଇଥିଲେ।

Leave A Reply

Your email address will not be published.