ରାଉରକେଲା ରେ ଦ୍ଵୀ ଦିବସୀୟ ରାଷ୍ଟ୍ରୀୟ ତାଏକ୍ଵାଣ୍ଡୋ ଇନଷ୍ଟ୍ରକ୍ଟର୍ ଓ ରେଫ୍ରି ଟ୍ରେନିଂ ର ଆୟୋଜନ ଭଞ୍ଜ ଭବନ ର ଆଦର୍ଶ ସାହିତ୍ୟ ଘର ପରିସର ରେ ସମ୍ପନ୍ନ ହୋଇଛି ଯାଇଛି । ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟ ରୁ ତାଏକ୍ଵାଣ୍ଡୋ ଖେଳାଳୀ ମାନେ ଯୋଗ ଦେଇ ଜାତୀୟ ସ୍ତରୀୟ ସେମିନାର ର ଲାଭ ଉଠାଇ ଥିଲେ। ଏହି ସେମିନାର ଇଣ୍ଡିଆନ ତାଏକ୍ଵାଣ୍ଡୋ ୟ୍ୟୁନିଅନ ଦ୍ଵାରା ସମ୍ପନ୍ନ କରାଗଲା । ଇଣ୍ଡିଆନ ତାଏକ୍ଵାଣ୍ଡୋ ୟ୍ୟୁନିଅନ ର ସାଧାରଣ ସମ୍ପାଦକ ମାଷ୍ଟର ମୁକେଶ କୁମାର ସାହୁ କହିଛନ୍ତି ଯେ, ଆମର ସଂଗଠନ ର ସଦା ସର୍ବଦା ଏହା ହି ପ୍ରଚେଷ୍ଟା ଥାଏ କି ତାଏକ୍ଵାଣ୍ଡୋ ଖେଳାଳୀ ମାନଙ୍କୁ ସମୟ ସମୟ ରେ କୁକ୍କୀୱନ ୱର୍ଲ୍ଡ ତାଏକ୍ଵାଣ୍ଡୋ ହେଡ କ୍ୱାର୍ଟର ସାଉଥ୍ କୋରିଆ ତରଫ ରୁ ହେଉ ଥିବା ନିୟମ ପରିବର୍ତ୍ତନ ର ସମସ୍ତ ବିଷୟ ରେ ଅବଗତ କରେଇବା ର ପ୍ରୟାସ ଆଇ.ଟି.ୟୁ କରି ଆସୁଅଛି।
ଇଣ୍ଡିଆନ ତାଏକ୍ଵାଣ୍ଡୋ ୟୁନିଅନ ର ଟେକ୍ନିକାଲ ଡାଇରେକ୍ଟର ମାଷ୍ଟର ସୁମୀତ କୁମାର ଘୋଷ ହାରା ହାରି ୮୫ ଖେଳାଳି ଙ୍କୁ ତାଏକ୍ଵାଣ୍ଡୋ ର ନୂତନ ଟେକନିକ୍ ଓ ନିୟମାବଳୀ ଦ୍ଵାରା ପ୍ରଶିକ୍ଷଣ ଦେଇ ରେଫ୍ରି ତଥା ଇନଷ୍ଟ୍ରକ୍ଟର କୁ ଅବଗତ କରିଥିଲେ ।
ସେଥି ନିମନ୍ତେ ଏହି ବର୍ଷ ଇଣ୍ଡିଆନ ତାଏକ୍ଵାଣ୍ଡୋ ୟୁନିଅନ୍ ସଙ୍ଗଠନ ର ପାଞ୍ଚ ବର୍ଷ ସଫଳତା ପୂର୍ବକ ସଫଳ ହେଇ ଥିବାରୁ ୧୬ ଅକ୍ଟୋବର ସନ୍ଧ୍ୟା ୫ ଘଟିକା ରେ ଏକ ଭବ୍ୟ କାର୍ଯକ୍ରମ ଆୟୋଜିତ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ମାଷ୍ଟର ମାନଙ୍କୁ ଆଇ. ଟି. ୟୁ ଆୱାର୍ଡ଼ ୨୦୨୨ ଦ୍ଵାରା ସମ୍ମାନୀତ କରାଯାଇଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ ସୁମନ କୁମାର ଦତ୍ତ ସମ୍ମାନୀୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଆଇ. ଟି. ୟୁ ର ମହା ସଚିବ ମାଷ୍ଟର ମୁକେଶ କୁମାର ସାହୁ ଙ୍କର ଉପସ୍ଥିତି ରେ ସମସ୍ତ ମାଷ୍ଟର ଏବଂ ରେଫ୍ରି ଓ ଈନଷ୍ଟ୍ରକ୍ଟର ଙ୍କୁ ସ୍ମୃତିଚିହ୍ନ, ପ୍ରମାଣ ପତ୍ର ତଥା ଆୱାର୍ଡ଼ ଦେଇ ସମ୍ମାନିତ କରାଯାଇଥିଲା।
ସମ୍ମାନୀତ ହୋଇ ଥିବା ମାଷ୍ଟର ମାନଙ୍କ ନାମ ହେଲା-
ଓଡ଼ିଶା ରାଜ୍ୟ ରୁ: ମାଷ୍ଟର ଅମିତ କୁମାର ରାଉତ ( ପୂରୀ),
ମାଷ୍ଟର ଅନିଲ କୁମାର ରାଉଳ (ଅନୁଗୁଳ),
ଦେବାନନ୍ଦ ଚୌହାନ (ବଲାଙ୍ଗୀର)
ଛତିଶଗଡ ରାଜ୍ୟ ରୁ: ମଦ୍ଦେଶ୍ୱର କୁମାର ରବି (ସୁରଜପୁର)
ଝାଡ଼ଖଣ୍ଡ ରାଜ୍ୟ ରୁ: ମାଷ୍ଟର ଅମିତ କୁମାର (ଦେଓଘର),
ସୁନୀଲ କୁମାର ପ୍ରସାଦ (ଜାମସେଦପୁର),
ମିଶେସ ଶିଳ୍ପୀ ଦାସ (ଜାମସେଦପୁର)
ୱେଷ୍ଟ ବେଙ୍ଗଲ ରୁ: ମାଷ୍ଟର ସୁମିତ କୁମାର ଘୋଷ ( ଚନ୍ଦନ ନଗର) , ମାଷ୍ଟର ନନ୍ଦିନୀ ଚକ୍ରବର୍ତ୍ତୀ (ହୁଗଲୀ), କିଶୋର କୁମାର ପଣ୍ଡିତ (ଖଡଗପୁର)
ମଧ୍ୟ ପ୍ରଦେଶ ରୁ: ମାଷ୍ଟର ରାଜକୁମାର ୟାଦବ (ଜବଲପୁର),
ମିସ୍ ଶିବାନୀ ବେନ୍ (ଜବଲପୁର), ଦେବସରନ ସିଂ (ଅନୁପପୁର)
ବିହାର ରୁ: ମାଷ୍ଟର ସୁଭାଷ ନାରାୟଣ ସିଂ (ମଧୁବାଣୀ)
ଆନ୍ଧ୍ର ପ୍ରଦେଶ ରୁ: ମାଷ୍ଟର କରୁଣାକର ଏସ. ସେଠୀ (ଗୁନଟୁର)
ଉତ୍ତର ପ୍ରଦେଶ ରୁ: ମାଷ୍ଟର ମନୋଜ କୁମାର (ମଥୁରା)
ମହାରାଷ୍ଟ୍ର ରୁ: କିରନ୍ ଏସ. ସଲେକର (ପୂନେ)