କୋଏଲ ସୁରକ୍ଷା ମଞ୍ଚ ପକ୍ଷରୁ ଆର ଏମ୍ ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।। ବିଭିନ୍ନ ସମସ୍ୟା ସମାଧାନ ନେଇ କମିଶନରଙ୍କୁ ଭଟିଲେ ଅଞ୍ଚଳ ବାସୀ।
ରାଉରକେଲା କୋଏଲ ନଗର ଅଞ୍ଚଳରେ ସ୍ବେରେଜ କାମ ଅଧାପନ୍ତରିଆ ଭାବେ ପଡି ରହିଥିବାରୁ ଅଞ୍ଚଳ ବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏ ବାବଦରେ ମଙ୍ଗଳବାର ଦିନ କୋଏଲ ସୁରକ୍ଷା ମଞ୍ଚ ପକ୍ଷରୁ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ବିଜେପି ନେତା ନିହାର ରାୟ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆର ଏମ୍ ସି ର କମିଶନର ଡକ୍ଟର ଶୁଭଙ୍କର ମହାପାତ୍ରଙ୍କୁ ଭେଟି କୋଏଲ ନଗରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। କୋଏଲ ନଗର ଅଞ୍ଚଳରେ ବର୍ଦ୍ଧିତ ହୋଲଡିଂ ଟିକସ ର ପୁନ୍ନ ମୂଲ୍ୟାଙ୍କନ କରିବାକୁ କମିଶନରଙ୍କୁ ଅନୁରୋଧ କରାଯାଇଥିଲା।