ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଶୁଣ୍ଢୀକୋଣ ରେ ଏକ ପୋଖରୀରୁ ରାଜେଶ କୁମାର ସାହୁ ନାମକ ଜଣେ ଯୁବକଙ୍କ ଶବ ମିଳିବା ପରେ ଉତ୍ତେଜନା ଦେଖାଦେଇଛି। ରାଜେଶ ସନ୍ଧ୍ୟାରେ ପୋଖରୀକୁ ଗାଧୋଇବାକୁ ଯାଇ ଥିଲେ। କିଛି ସମୟ ପରେ ପୋଖରୀରେ ତାଙ୍କର ମୃତ ଦେହ ଭସୁ ଥିବା କିଛି ଲୋକ ଦେଖି ପରିବାର ବର୍ଗଙ୍କୁ ଖବର ଦେଇଥିଲେ। ପରିବାର ଲୋକ ମାନେ ପହଞ୍ଚି ତାଙ୍କୁ ବଣାଇ ଡାକ୍ତର ଖାନକୁ ନେଇ ଯାଇଥିଲେ। ଡାକ୍ତର ସେଠାରେ ରାଜେଶଙ୍କୁ ମୃତ ଘୋଷଣା କରିଥିଲେ। ରାଜେଶ ପୋଖରୀ ଯାଇଥିବା ବେଳେ କେତକ ବାହାର ଲୋକ ସେହି ପୋଖରୀ ରେ ଗାଧୋଇ ଥିବା ଦେଖିଥିଲେ। ସନ୍ଦେହରେ ଲୋକମାନେ ଏହି ଚାରିଜଣ ବଙ୍ଗୀୟ ଲୋକଙ୍କୁ ଏକ ଘରେ ପୁରାଇ ତାଲା ପକାଇ ଦେଇ ଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଚାରି ଜଣ ଙ୍କୁ ଉଦ୍ଧାର କରିଥିଲେ। ପରିବାର ଲୋକ ହତ୍ୟା ଅଭିଯୋଗ ଆଣି ଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡିବା ସମ୍ଭାବନା ରହିଛି।