ବାରମ୍ବାର ତାଗିଦ ସତ୍ତ୍ୱେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ସ୍କୁଲ କୁ ବିଳମ୍ବରେ ଆସିବା ସେମାନଙ୍କ ପାଇଁ ମହଙ୍ଗା ପଡ଼ିଛି l ଘଟଣା ଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବ୍ଲକ ଅନ୍ତର୍ଗତ କେନାଭେଟା ଗ୍ରାମରେ l
କେନାଭେଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପଢନ୍ତି ୧୬୮ ଜଣ ଛାତ୍ରଛାତ୍ରୀ । ପାଠ ପଢାଇବା ଲାଗି ଜଣେ ପ୍ରଧାନ ଶିକ୍ଷକ ଓ ୬ ଜଣ ଶିକ୍ଷୟିତ୍ରୀ ରହିଛନ୍ତି l ବିଦ୍ୟାଳୟ କୁ ବିଳମ୍ବରେ ଆସୁଥିବା ଏହି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଗ୍ରାମବାସୀ ମାନେ ପୂର୍ବରୁ ତାଗିଦ କରିଥିଲେ। ଆଜି ୧୦ ଟା ପରେ ଛାତ୍ରଛାତ୍ରୀ ମାନେ ସ୍କୁଲ ବାହାରେ ରୁଣ୍ଡ ହୋଇଥିଲେ ମଧ୍ୟ ଗେଟ ଖୋଲି ନଥିଲା। ଏହି ସମୟରେ ବାହାରେ ଥିବା ଜଣେ ଛାତ୍ରୀ ଙ୍କୁ ବାଇକ୍ ଧକ୍କା ଦେବା ଫଳରେ ଉତ୍ତେଜନା ବୃଦ୍ଧି ପାଇଥିଲା l ପରେ ଗ୍ରାମବାସୀ ମାନେ ବିଦ୍ୟାଳୟ ଗେଟ୍ ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ l ସହକାରୀ ଶିକ୍ଷାଧିକାରୀ ସଦାନନ୍ଦ ମହାନ୍ତ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଯାଞ୍ଚ ପରେ ବିଳମ୍ବରେ ଆସୁଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିକ୍ଷାଧିକାରୀ ପ୍ରତିଶ୍ରୁତି ଦେଇଥିଲେ।