ସୁନ୍ଦରଗଡ଼ : କୁତ୍ରା ଠାରେ ଜିଲ୍ଲାସ୍ତରୀୟ ଆନ୍ତଃସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ।। ବାଳକ ବର୍ଗରେ କୋଇଡା ଏବଂ ବାଳିକା ବର୍ଗରେ ଲାଠିକଟା ଚମ୍ପିୟାନ।
ସୁନ୍ଦରଗଡ଼ର କୁତ୍ରାଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଆନ୍ତଃସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବାଳକ ବର୍ଗରେ କୋଇଡ଼ା ଏବଂ ବାଳିକା ବର୍ଗରେ ଲାଠିକଟା ଟିମ୍ ବିଜୟୀ ହୋଇଛନ୍ତି। ଜୋନସ୍ତରୀୟ ମ୍ୟାଚରୁ ଉଭୟ ବର୍ଗରେ ମୋଟ ୮ଟି ଟିମ୍ ଫାଇନାଲରେ ଖେଳିବା ପାଇଁ ଉନ୍ନୀତ ହୋଇଥିଲେ ।
ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟବଲ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ୧୭ ବର୍ଷରୁ କମ୍ ବାଳକ ଏବଂ ବାଳିକାଙ୍କୁ ନେଇ ବିଭିନ୍ନ ବ୍ଲକରୁ ଆସିଥିବା ଟିମଗୁଡ଼ିକ ମଧ୍ୟରେ ଜୋନସ୍ତରୀୟ ଓ ପରେ ଜିଲ୍ଲାସ୍ତରୀୟ ମ୍ୟାଚ ଖେଳା ଯାଇଥିଲା। ବିଜୟୀ ଟିମ ସହ ସବୁ ଦଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନନ୍ଦନ ଦିଆଯାଇଛି।