ହକି ବିଶ୍ୱକପ ପୂର୍ବରୁ ରାଉରକେଲାକୁ ବିମାନ ଚଳାଚଳ କରିବା ନେଇ ଆଶା ଦେଖାଯାଉଛି। ଏହା ମଧ୍ୟରେ ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ ଲାଗି ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି। ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ବିଭାଗ ପକ୍ଷରୁ ଏହି ମଞ୍ଜୁରୀ ଦିଆଯାଇଛି। ଏବେ ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ କାମ ଜୋରସୋର ରେ ଚାଲିଛି। ରନୱେ ର ସମ୍ପ୍ରସାରଣ ସହ ଅନ୍ୟ ଆନୁସଙ୍ଗିକ କାମ ମଧ୍ୟ ଚାଲିଛି। ରାଉରକେଲା ରେ ହକି ବିଶ୍ୱକପର କେତେକ ମ୍ୟାଚ ହେଉଥିବାରୁ ଖେଳାଳି ମାନଙ୍କ ଆସିବା ଲାଗି ବିମାନ ସେବା ନିହାତି ଆବଶ୍ୟକ। ତେବେ ଖେଳାଳି ମାନେ ଭୁବନେଶ୍ୱରରୁ ଝାରସୁଗୁଡା ଆସି ରାଉରକେଲା ଆସିବେ ନା ସିଧା ବିମାନରେ ଏଠାକୁ ଆସିବେ ତା ସ୍ପଷ୍ଟ ହୋଇନାହିଁ। ଏବେ କିନ୍ତୁ ଏୟାରପୋର୍ଟ ସମ୍ପ୍ରସାରଣ କାମ ଦ୍ରୁତ ଗତିରେ ଚାଲୁଥିବାରୁ ହକି ବିଶ୍ୱକପ ପୂର୍ବରୁ ରାଉରକେଲାକୁ ବିମାନ ଚଳାଚଳ କରିବା ନେଇ ଆଶା ପ୍ରକାଶ ପାଇଛି।