ବିରମିତ୍ରପୁର ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ।। ଜାତୀୟ ରାଜପଥ ମରାମତି ଦାବିରେ ବନ୍ଦ ପାଳନ।

0 272

ସୁନ୍ଦରଗଡ଼ ଜିଲ୍ଲାର ବିରମିତ୍ରପୁରରେ ସୋମବାର ଦିନ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ରାଜପଥର ଉଭୟ ପଟେ ଶହଶହ ଗାଡି ମଟର ଅଟକି ରହିଛି। ଏହା ସହ ବିରମିତ୍ରପୁର ବନ୍ଦ ଡାକରା ଯୋଗୁଁ ସହରର ସମସ୍ତ ଦୋକାନ ବଜ଼ାର ବନ୍ଦ ରହିଛି। ବିରମିତ୍ରପୁରରେ ୧୪୩ ନମ୍ବର ଜାତୀୟ ରାଜପଥର ଦୁରାବସ୍ଥା ଦୂର କରିବାକୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। ବିରମିତ୍ରପୁର ବିକାଶ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।
ସୂଚନାଯୋଗ୍ୟଯେ ବିରମିତ୍ରପୁର ଅଞ୍ଚଳରେ ବହୁଦିନ ହେଲା ଜାତୀୟ ରାଜପଥ ଜର୍ଜର ଅବସ୍ଥାରେ ରହିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ ସ୍ଵତ୍ତ୍ୱେ ରାସ୍ତା କାମ ହେଉନାହିଁ। ଫଳରେ ସ୍ଥାନୀୟ ଲୋକମାନେ ଏହି ଚରମ ପଦକ୍ଷେପ ନେଇଛନ୍ତି। ଶନିବାର ଦିନ ପ୍ରଶାସନ , ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ମାତ୍ର ଏଥିରେ କୌଣସି ସମାଧାନର ରାସ୍ତା ନ ବହାରି ପାରି ନଥିବାରୁ ଆଜି ବନ୍ଦ ଡାକରା ଦିଆ ଯାଇଛି।

Leave A Reply

Your email address will not be published.