ଲକ୍ଷାଧିକ ଟଙ୍କାର ବେଆଇନ କାଠ ଜବତ କଲେ ବଣେଇ ବନବିଭାଗ।। ଦେଓଗାଁ ର ଜଣେ ବ୍ୟବସାୟୀଙ୍କ ଘରୁ ଜବତ।

0 424

ସୁନ୍ଦରଗଡ଼ ଜିଲ୍ଲା ବଣେଇ ବନବିଭାଗ ପକ୍ଷରୁ ଦେଓଗାଁ ନିକଟରେ ଥିବା ମନୋଜ ସାହୁଙ୍କ ଘରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ବେଆଇନ କାଠ ଜବତ କରାଯାଇଛି। ଚଢାଉ ବେଳେ ଘର ମାଲିକ ଫେରାର ହୋଇଯାଇଥିଲେ। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଚଢାଉ ଚାଲିଥିଲା l ବଣାଇଁ ତହସିଲଦାର ସ୍ୱଦୀପ କୁମାର ଟପ୍ପୋଙ୍କ ଉପସ୍ଥିତିରେ ଘର ଭିତରୁ ବେଆଇନ୍ ଭାବେ ଗଚ୍ଛିତ ଲକ୍ଷାଧିକ ଟଙ୍କା ମୂଲ୍ୟ ର ଚଉକାଠ ଓ ପଟା ଉଦ୍ଧାର କରାଯାଇ ଜବତ କରାଯାଇଛି l ବଣାଇଁ ରେଞ୍ଜର ମନୋଜ ପାତ୍ର ଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା।

Leave A Reply

Your email address will not be published.