ରାଉରକେଲାରେ ଚାଲିଛି ରାଜ୍ୟ ବ୍ୟାଡ ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ।। ୫ଟି ବର୍ଗରେ ହେଉଥିବା ଖେଳରେ ୧୩୯ ଜଣ ଖେଳାଳି ଭାଗ ନେଇଛନ୍ତି।

0 278

ରାଉରକେଲା ରେ ଚାଲିଛି ରାଜ୍ୟ
ବ୍ୟାଡମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ। ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୬ ରାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୩୯ ଜଣ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟ ରେ ଭାଗ ନେଇଛନ୍ତି। ସମୁଦାୟ ୫ ଟି ବର୍ଗରେ ଖେଳ ହେଉଛି। ସିଙ୍ଗଲ ମହିଳା ଏବଂ ପୁରୁଷ , ଡବଲ ମହିଳା ଏବଂ ପୁରୁଷ ସହ ଅନ୍ୟ ବର୍ଗରେ ମଧ୍ୟ ଖେଳ ହେଉଛି। କୃତି ଖେଳାଳି ମାନଙ୍କୁ ନଗଦ ରାଶି ପୁରସ୍କାର ଦେବାର ବ୍ୟବସ୍ଥା କରାଯାଇଛି। ଏହି ଷ୍ଟେଟ ରାଙ୍କିଙ୍ଗ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଜାତୀୟ ବ୍ୟାଡମିଣ୍ଟନ ଲାଗି ଚୟନ ପ୍ରକ୍ରିୟା ହେବ। ସୁନ୍ଦରଗଡ଼ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ମିହିର ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

Leave A Reply

Your email address will not be published.