ସରକାର ଏବଂ ଯୁବ ସମାଜ ମଧ୍ୟରେ ସେତୁ ଭାବେ କାମ କରିବେ ବୋଲି କହିଲେ କୁନ ବିହାରୀ ଦାସ।। ରାଜ୍ୟ ଯୁବ କଲ୍ୟାଣ ପରିଷଦର ଅଧ୍ୟକ୍ଷ କୁନ ।
ରାଜ୍ୟ ଯୁବ କଲ୍ୟାଣ ପରିଷଦର ନବ ନିଯୁକ୍ତ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ କୁନ ବିହାରୀ ଦାସ ଶୁକ୍ରବାର ଦିନ ତାଙ୍କ ଦାଇତ୍ୱ ଗ୍ରହଣ କରିଛନ୍ତି। ଭୁବନେଶ୍ୱରରେ ଥିବା କାର୍ଯ୍ୟାଳୟ ରେ ଦାଇତ୍ୱ ଗ୍ରହଣ ବେଳେ ବହୁ ଶୁଭେଛୁ , ବନ୍ଧୁ , ସରକାରୀ ଅଧିକାରୀ ତାଙ୍କୁ ସ୍ବାଗତ କରିଥିଲେ। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା କୁନ ଙ୍କ ରାଉରକେଲାର ଅନେକ ବନ୍ଧୁ , ବହୁ ରାଜନୈତିକ ବ୍ୟକ୍ତି ବିଶେଷ ଦାଇତ୍ୱ ଗ୍ରହଣ ଉତ୍ସବରେ ଭୁବନେଶ୍ୱର ପହଞ୍ଚିଥିଲେ। କୁନ ଦାସଙ୍କ ରାଉରକେଲା ଲିଙ୍କ ବେଶ ଭଲ ଏବଂ ପ୍ରାୟ ୨୦ ବର୍ଷ ଧରି ରାଉରକେଲା ରାଜନୀତି ସହ ଜଡିତ ଅଛନ୍ତି।
ଯୁବ କଲ୍ୟାଣ ପରିଷଦର ଅଧ୍ୟକ୍ଷ ଦାଇତ୍ୱ ଗ୍ରହଣ କରିବା ପରେ କୁନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ସରକାର ଏବଂ ଯୁବ ସମାଜ ମଧ୍ୟରେ ସେ ସେତୁ ଭାବେ କାମ କରିବେ ବୋଲି କହିଛନ୍ତି।