ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଭାସ୍କର ସ୍ପଞ୍ଜ ଆଇରନ କାରଖାନାରେ ବିଦ୍ୟୁତ ଆଘାତରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମାନସ ରଞ୍ଜନ ଗିରି ଏବଂ ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ। ଭାସ୍କର ପ୍ଲାଣ୍ଟ ରେ ସେ ଶୁକ୍ରବାର ସନ୍ଧ୍ୟାରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ତଳେ ପଡି ଯାଇଥିଲେ। ତାଙ୍କୁ ତୁରନ୍ତ ବଣେଇ ହସପିଟାଲ ନିଆ ଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଲହୁଣୀପଡ଼ା ପୋଲିସ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ଏହି ଘଟଣାର ତଦନ୍ତ କରୁଛନ୍ତି।