ସୁନ୍ଦରଗଡ଼ : ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ।। ହାତୀ ଘଉଡାଇବା ଲାଗି ସ୍ୱତନ୍ତ୍ର ଯୋଜନା କରିବାକୁ ଲୋକଙ୍କ ଦାବି।
ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ଜିଲ୍ଲାର ଉଜ୍ଜଲପୂର୍ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁଲବା ଗ୍ରାମରେ ରେ ଦନ୍ତା ହାତୀ ଆକ୍ରମଣ ରେ ଜଣେ ବୃଦ୍ଧା ଙ୍କ ମୃତ୍ୟ ହୋଇ ଥିବା ସୂଚନା ମିଳିଛି। ମୃତକ ବୃଦ୍ଧା ଜଣକ ହେଲେ ୬୦ ବର୍ଷୀୟା କ୍ଲାରା ସରେଙ୍ଗ । ଶୁକ୍ରବାର ସକାଳୁ କ୍ଲାରା ଏବଂ ତାଙ୍କ ସ୍ବାମୀ ଘରୁ ବାହାରି ନିଜ କ୍ଷେତ କୁ ଚାଷ କାମ ଦେଖିବା ପାଇଁ ଯାଉଥିବା ସମୟ ରେ ବଣୁଆ ହାତୀ ଆକ୍ରମଣ ରେ ତାଙ୍କ ମୃତ୍ୟୁ ହୋଇଛି। ଖବରପାଇ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳ ରେ ପହଞ୍ଚି ହାତୀ କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଅନ୍ୟ ପକ୍ଷରେ ବଣେଇ ଉପଖଣ୍ଡରେ ଦୁଇଟି ଦନ୍ତା ଉପଦ୍ରବରେ ଗ୍ରାମବାସୀ ମାନେ ଅତିଷ୍ଠ ହୋଇ ପଡିଲେଣି। ଦନ୍ତା ଦୁଇଟିକୁ ଘଉଡାଇବାରେ ବନବିଭାଗ ସଫଳ ହୋଇ ପାରିନାହିଁ। ଫଳରେ ଲୋକମାନଙ୍କ ଆକ୍ରମଣରେ ଦନ୍ତା ଆଘାତ ପାଉଛି। ହାତୀଙ୍କୁ ଘଉଡାଇବାକୁ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଦାବି ହେଉଛି।