ବ୍ରାହ୍ମଣୀ ବ୍ରିଜରୁ ଡେଇଁ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ।। ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର।। ରାଉରକେଲା ସ୍ଥାନାନ୍ତର।
ବଣେଇ ଥାନା ଅନ୍ତର୍ଗତ ନରେନ୍ଦ୍ର ପୋଲ ଉପରୁ ଗୁରୁବାର ଅପରାହ୍ନରେ ଜଣେ ନାବାଳିକା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସମୟ ଥାଉଁଥାଉଁ ସ୍ଥାନୀୟ ଯୁବକ ଏବଂ ଅଗ୍ନିଶମ ବାହିନୀ ର ଯବାନ ମାନେ ଉକ୍ତ ନାବାଳିକାଙ୍କୁ ନଦୀରୁ ଉଦ୍ଧାର ଜରିଥିଲେ। ଫଳରେ ନବଳିକାଟିର ଜୀବନ ରକ୍ଷା ହୋଇ ପାରିଥିଲା। ସଙ୍ଗେସଙ୍ଗେ ଉକ୍ତ ନାବାଳିକାଙ୍କୁ ବଣେଇ ହସପିଟାଲ ନିଆଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତୁରନ୍ତ ରାଉରକେଲା ସରକାରୀ ହସପିଟାଲ ସ୍ଥାନାନ୍ତର କରାଯାଇଛି। ନବଳିକାଙ୍କ କାନ୍ଧରେ ସ୍କୁଲ ବ୍ୟାଗ ଥିବାରୁ ଏହା ତାଙ୍କୁ ପାଣିରେ ଭାସିବାକୁ ସାହାଯ୍ୟ କରିଥିଲା। ଉକ୍ତ ନାବାଳିକା ଛାତ୍ରୀ ଜଣଙ୍କ ବଣେଇ ନିକଟ ଏକ ଗାଁର ବୋଲି ଜଣା ପଡିଛି। କେଉଁ କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଜଣାପଡିନାହିଁ।