ସୁନ୍ଦର ଗଡ଼ ଜିଲ୍ଲା ଲହୁଣୀ ପଡା ଥାନା ର କପଣ୍ଡ ନୂଆଗାଁ ପୋଖରୀ ନିକଟରୁ ଦୁଇଟି ମୃତ ଦେହ ଶୁକ୍ରବାର ସକାଳେ ଉଦ୍ଧାର ହୋଇଛି। ମୃତ ଦେହ ଦୁଇଟି ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ। ଲହୁଣୀପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କୁ ଚିହ୍ନଟ କରାଯାଇଛି। ମୃତକ ଦୁଇ ଜଣ ନୂଆଗାଁ ର ଯୋଗେନ୍ଦ୍ର କିସାନ ଏବଂ ଜାୟତ୍ରୀ କିସାନ । ସମ୍ପକରେ ସେମାନେ ଦାଦା , ଝିଆରୀ ହେବେ ବୋଲି ଜଣା ପଡିଛି। ପୋଖରୀ ରେ ଦୁଇଟି କୀଟନାସକ ଡବା ଭାସୁଥିବା ରୁ ଏହି ଦୁଇ ଜଣ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର ସଠିକ କାରଣ ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି।