ବଣେଇ : ଦୁଇ ଦନ୍ତା ହାତୀଙ୍କ ଜୀବନ ପ୍ରତି ରହିଛି ବିପଦ।। ହାତୀ ଗତିବିଧିରେ ଅତିଷ୍ଠ ହୋଇ ଲୋକ ମାନେ ବର୍ଚ୍ଛା , ବାଟୁଳି ରେ କରୁଛନ୍ତି ଆକ୍ରମଣ ।

0 364

ବଣେଇ ବନଖଣ୍ଡରେ ବୁଲୁଥିବା ଦୁଇଟି ଦନ୍ତାହାତୀଙ୍କ ଜୀବନ ପ୍ରତି ଏବେ ବିପଦ ରହିଛି। ଗାଁରେ ପଶି ହାତୀ ଦୁଇଟି ବ୍ୟାପକ ଫସଲ ନଷ୍ଟ କରିବା ସହ ଘରେ ପଶି ଧାନ ଚାଉଳ ଖାଇ ଯାଉଛନ୍ତି। ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଗ୍ରାମବାସୀ ମାନେ ଏବେ ବାଟୁଳି , ବର୍ଚ୍ଛା , ଆଦି ସାହାଯ୍ୟରେ ହାତୀଙ୍କୁ ଆଘାତ କରୁଥିବା ଜଣା ପଡୁଛି। ହାତୀ ଉପରେ ପଥର ମାଡ଼ ମଧ୍ୟ ହେଉଛି। କିଛିଦିନ ପୂର୍ବରୁ ବାଙ୍କୀ ଫରେଷ୍ଟ ରେଞ୍ଜ ରେ ହାତୀଙ୍କ ଉପରେ ବର୍ଚ୍ଛା ଆଘାତ କରାଯାଇଥିଲା। ହାତୀ ଘଉଡାଇବାକୁ ଏବେ ବନ ବିଭଗ କୌଣସି ନିର୍ଦିଷ୍ଟ ପଦକ୍ଷେପ ନେଇ ନପାରିଲେ ଦନ୍ତା ଦୁଇଟି ଙ୍କ ଜୀବନ ଉପରେ ବିପଦ ରହିଛି। ଏ ବାବଦରେ ବନ ବିଭାଗର କୋୖଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Leave A Reply

Your email address will not be published.