ରାଉରକେଲା : ଚାକିରୀ ଦେବା ନାଁ ରେ କଲେଜ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କଲେ ଅନଲାଇନ ଠକ ଦଳ।। ୫୦ ରୁ ଉର୍ଦ୍ଧ୍ବ କିଶୋର କିଶୋରୀ ଠକେଇର ଶିକାର।

0 437

ଅନଲାଇନ ଠକ ରାକେଟ ଏଥର ଟାର୍ଗେଟ କରିଛନ୍ତି ରାଉରକେଲାର ବିଭିନ୍ନ କଲେଜ ରେ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ବେକାର କିଶୋର କିଶୋରୀଙ୍କୁ। ରେଜିଷ୍ଟ୍ରେସନ ଲାଗି କିଛି ଅର୍ଥ ଦେଇ ଘରେ ବସି ମାସକୁ ୯ ହଜାର ରୋଜଗାର କରିବା ଲୋଭ ଦେଖାଇ ଏଥର ଠକିଛନ୍ତି ପିଲାମାନଙ୍କୁ । ମେସେଜ କରି ପ୍ରଥମେ ଜାଲ ବିଛାଇଲେ ସାଇବର ଠକ। ଏହି ଜାଲରେ ପଡିଗଲେ ୫୦ ରୁ ଉର୍ଦ୍ଧ ଯୁବକ ଯୁବତୀ। ବିଏସଏନଏଲ କଲ ସେଣ୍ଟର ରେ କାମ ଦେବା କହି ରାଉରକେଲା ର ଏହି ଶିକ୍ଷିତ ପିଲାଙ୍କ ପାଖରୁ ଟଙ୍କା ଲୁଟିନେଲେ ସାଇବର ଠକ। ବ୍ୟାଙ୍କ ଆକାଉଣ୍ଟ ରେ ଫୋନ ପେ ଓ ଗୁଗଲ ପେ ମାଧ୍ୟମରେ ନେଲେ ରେଜିଷ୍ଟ୍ରେସନ ଫି। କାହାଠାରୁ ୧୧ ହଜାର ତ କାହାଠାରୁ ୧୧ ଶହ। ଗୁଗଲ ମିଟ ରେ ଇଣ୍ଟରଭିଉ କରି ନିଯୁକ୍ତି ମଧ୍ୟ ଦେଇଦେଲେ ଏହି ଠକ ଦଳ। ଏବେ କଲ ଆସିଥିବା ମୋବାଇଲ ନମ୍ବର ସୁଇଚ ଅଫ ରହିଛି ଏବଂ ମେଲ ଆଇଡି ବ୍ଲକ ହୋଇଯାଇଛି । ଜଣେ ବ୍ୟକ୍ତି ହିଁ ନିଜର ନାମ ବଦଳାଇ ବିଭିନ୍ନ ମୋବାଇଲ ଫୋନ ରେ ନିଯୁକ୍ତି ଦେବା ଠାରୁ ଆରମ୍ଭ କରି ଇଣ୍ଟରଭିୟୁ କରିଥିବା ଜଣାପଡିଛି। ଏ ବାବଦରେ ରାଉରକେଲା ସାଇବର ଥାନାରେ ଏତେଲା ମଧ୍ୟ ଦେଇଛନ୍ତି ଠକେଇ ର ଶିକାର ହୋଇଥିବା କିଶୋର କିଶୋରୀ।

Leave A Reply

Your email address will not be published.