ମଙ୍ଗଳବାର ପୂର୍ବାହ୍ନରେ ରାଉରକେଲା ଉଦିତନଗର ସିଟି ସୁପର ବଜ଼ାର ସମ୍ମୁଖରେ ଥିବା ଏକ ରେଷ୍ଟୁରାଣ୍ଟର କିଚିନ ରେ ଅଗ୍ନିକାଣ୍ଡ ଘଟି ବହୁ ଆସବାବପତ୍ର ଜଳି ନଷ୍ଟ ହୋଇଯାଇଛି। ସ୍ୱଭାଗ୍ୟ ବଶତଃ ଏହି ଘଟଣାରେ କୌଣସି ଜୀବନ ହାନି ଘଟିନାହିଁ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚିଯାଇଥିଲେ। ତେବେ ସ୍ଥାନୀୟ ଲୋକମାନେ ନିଆଁକୁ ବହୁ ପରିମାଣରେ ଅୟତ୍ତ କରି ସାରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଉଦିତନଗର ମୁଖ୍ୟ ମାର୍ଗରେ ଥିବା ‘ଦେଶୀ ତଡକା’ ନାମକ ଏକ ରେଷ୍ଟୁରାଣ୍ଟ ରେ କିଚିନରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିଲେ ମଧ୍ୟ ଗ୍ୟାସ ଚୁଲି ରୁ ନିଆଁ ଲାଗିଥିବା ଜଣା ପଡ଼ିଛି। ତେବେ ଅଗ୍ନିଶମ ବାହିନୀ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଯାଞ୍ଚ କରୁଛନ୍ତି ।