ରାଜଗାଙ୍ଗପୁର : କୁନି କୁନି ପିଲାମାନେ ରାସ୍ତାରେ ବିକ୍ରି କଲେ ଲେମ୍ବୁ ସର୍ବତ।। ସଂଗୃହିତ ଅର୍ଥକୁ ମୂର୍ତ୍ତିକା ସରାଂକ୍ଷଣ ଲାଗି ଦାନ କଲେ।
ରାସ୍ତା କଡରେ କୁନି କୁନି ପିଲା ମାନେ ବିକ୍ରି କରୁଥିଲେ ସର୍ବତ। ଲୋକମାନେ ପଇସା ଦେଇ ସର୍ବତ ମଧ୍ୟ ପିଉ ଥିଲେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ। ଚତୁର୍ଥ ଶ୍ରେଣୀରେ ପାଠ ପଢୁ ଥିବା କୁନି କୁନି ପିଲା ମାନେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଷ୍ଟଲ ଲଗାଇ ଲୋକଙ୍କୁ ଲେମ୍ବୁ ସର୍ବତ ବିକ୍ରି କରୁଥିବାର ଦେଖିବାକୁ ମିଳିଥିଲା। ତେବେ ଯେଉଁ କାରଣ ଲାଗି ପିଲାମାନେ ସର୍ବତ ବିକ୍ରି କରୁଥିଲେ ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ସର୍ବତ ବିକ୍ରି କରି ସଂଗ୍ରହ କରିଥିବା ଅର୍ଥକୁ ମୂର୍ତ୍ତିକା ସଂରକ୍ଷଣ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା କୁ ଦାନ କରି ଥିଲେ। କୁନି କୁନି ପିଲା ମାନଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ବାସିନ୍ଦା ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି।