ନାଁ ତାର ଚିତ୍ତ ରଞ୍ଜନ ଜେନା। ଘର ରେଙ୍ଗାଲି ଅଞ୍ଚଳରେ। ରାଉରକେଲାରେ ଠିକା ଶ୍ରମିକ ଭାବେ କାମ କରେ। କିନ୍ତୁ ପେଶା ଚୋରି। ରୁହେ ଦୁଇ ନମ୍ବର ସେକ୍ଟର ଅଞ୍ଚଳରେ। ଘରେ କେହି ନଥିବା ବେଳେ କବାଟ କିମ୍ବା ଝରକା ଭାଙ୍ଗି ଏହି ଚୋର ସେକ୍ଟର ଅଞ୍ଚଳରେ ନିୟମିତ ଚୋରି କରେ। ଦୁଇ ବର୍ଷ ହେଲା ଏକାକୀ ସେ ୩ ନମ୍ବର ସେକ୍ଟର ଥାନା ଅଞ୍ଚଳର ବିଭିନ୍ନ କ୍ୱାଟରରୁ ଚୋରି କରୁ ଆସୁଥିଲା। ପୋଲିସ ଲାଗି ଏହି ଚୋର ମୁଣ୍ଡ ବ୍ୟଥାର କାରଣ ଥିଲା। କୌଣସି ଗ୍ୟାଙ୍ଗ ସହ ସମ୍ପୃକ୍ତ ନରହି ଏକା ଚୋରି କରୁଥିବାରୁ ସହଜରେ ଧରା ପଡୁନଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଦୁଇ ନମ୍ବର ସେକ୍ଟର ରୁ ଏହି ଚୋରକୁ ଗିରଫ କରିଥିଲେ। କେବଳ ୩ ନମ୍ବର ସେକ୍ଟର ଥାନା ଅଞ୍ଚଳରେ ୬ ଟି କ୍ୱାର୍ଟର ରୁ ଏହି ଯୁବକ ଚୋରି କରିଥିବା ଜଣାପଡ଼ିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି। ଗିରଫ ଚୋର ଚିତ୍ତରଞ୍ଜନ ଘରୁ ପୋଲିସ ୧୦ ଲକ୍ଷ ଟଙ୍କା ଗହଣା ସହ ସମୁଦାୟ ୧୫ ଲକ୍ଷ ଟଙ୍କାର ଅନ୍ୟାନ୍ୟ ଚୋରି ସାମଗ୍ରୀ ଜବତ କରିଛନ୍ତି।