ରାଉରକେଲା : କଂଗ୍ରେସ ନେତା ଉଦିତ ରାଜ୍ ଙ୍କୁ ବିଜେପିର ବରୋଧ।। ରାଷ୍ଟ୍ରପତି ଙ୍କୁ ଆପତ୍ତିଜନକ ମନ୍ତବ୍ୟ ଦେବା ପ୍ରସଙ୍ଗରେ ବିରୋଧ ।

0 241

ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଉଦିତ ରାଜ୍ ଙ୍କୁ ରାଉରକେଲାରେ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଧେଶ୍ୟରେ ଆପତ୍ତି ଜନକ ମନ୍ତବ୍ୟ ଦେଇ ବିବାଦରେ ଫସି ଥିବା ଉଦିତ ରାଜ୍ ରବିବାର ଦିନ ରାଉରକେଲା ଆସିଥିଲେ। ଶ୍ରମିକ ସଂଗଠନ ର ଏକ ସମ୍ମିଳନୀରେ ଯୋଗ ଦେବାକୁ ସେ ରାଉରକେଲା ଆସିଥିଲେ। ଉଦିତ ରାଜ୍ ଙ୍କୁ ସହରରେ ପୁରାଇ ନଦେବାକୁ ଗତକାଲି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ବିଜେପି କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ସେହି ଅନୁସାରେ ଆଜି ବିଜେପି କର୍ମୀ ମାନେ ଉଦିତ ରାଜଙ୍କୁ ବିରୋଧ କରି ଧାରଣା ଦେଇଥିଲେ। କେତେକ ବିଜେପି କର୍ମୀ ଉଦିତଙ୍କ ପୋଷ୍ଟର ମଧ୍ୟ ଚିରି ଦେଇଥିଲେ। ପରେ ପୋଲିସ ୫୦ ଉର୍ଦ୍ଧ୍ବ ବିଜେପି କର୍ମୀଙ୍କୁ ଧାରଣା ସ୍ଥଳରୁ ଉଠାଇ ନେଇଥିଲେ।

ପରେ କଂଗ୍ରେସ ନେତା ଉଦିତ ରାଜ୍ ଶ୍ରମିକ ସଙ୍ଗଠନ ଦ୍ୱାରା ଆୟୋଜିତ ସମ୍ମିଳନୀରେ ଯୋଗ ଦେଇଥିଲେ। ରାହୁଲ ଗାନ୍ଧୀଙ୍କ ଭାରତ ଜୋଡୋ ଯାତ୍ରାର ଲୋକପ୍ରିୟତା ରେ ଆତଙ୍କିତ ହୋଇ ବିଜେପି ଏପରି କରୁଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.