ରାଉରକେଲାରେ ପ୍ରଫେଟ ହଜ଼ରତ ମହମ୍ମଦଙ୍କ ଜନ୍ମ ଦିବସ ରବିବାର ଦିନ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ବିଶାଳ ଶୋଭାଯାତ୍ରା ସହରର ମୁଖ୍ୟ ମାର୍ଗ ପରିକ୍ରମା କରି ମହତାବ ରୋଡ଼ ରେ ସମାପ୍ତ ହୋଇଥିଲା। ଶୋଭାଯାତ୍ରା କାରୀ ମାନେ ଭାଇଚାରା ର ସନ୍ଦେଶ ଦେଇ ପ୍ରଫେଟ ମହମ୍ମଦଙ୍କ ସମାଜ ପ୍ରତି ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୧୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା। ପଶ୍ଚିମାଞ୍ଚଳ ଡି ଆଇ ଜି ନୀତି ଶେଖର , ରାଉରକେଲା ଏସ ପି ମୁକେଶ କୁମାର ଭାମୁ ଶୋଭାଯାତ୍ରା ରେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ତଦାରଖ କରିଥିଲେ।